କଳାହାଣ୍ଡି ଥୁଆମୂଳ ରାମପୁର ବନପାଳଙ୍କ ବାସଭବନ ପରିସରରୁ ମୂଲ୍ୟବାନ ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି

କଳାହାଣ୍ଡି(କେନ୍ୟୁଜ୍): କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଦକ୍ଷିଣ ରେଞ୍ଜ ମୁଖ୍ୟାଳୟ ଥୁଅମୂଳ ରାମପୁରର ପୁରାତନ ବନପାଳ ବାସଭବନ ପରିସରରେ ଥିବା ଏକ ୪୦ ବର୍ଷ ପୁରୁଣା ଚନ୍ଦନ ଗଛକୁ ଦୁର୍ବୃତ୍ତ ମାନେ ବିଳମ୍ବିତ ରାତିରେ କାଟି ନେଇଛନ୍ତି l ଏବଂ ସେହି  ନିକଟରେ ଥିବା ଜଣେ ବ୍ୟବସାୟୀଙ୍କ ଘର ପା.ରୁ  ମଧ୍ୟ ଏକ ୩୦ ବର୍ଷ ପୁରୁଣା ଚନ୍ଦନ ଗଛକୁ କରତ ଦ୍ୱାରା କାଟି ନେବା ପାଇଁ ଉଦ୍ୟମ କରୁଥିବା ବେଳେ ଘର ମାଲିକ ଉଠିଯୋଇଥିଲେ। ସେହି ସମୟରେ  କଟା ଚନ୍ଦନ ଗଛକୁ ଛାଡ଼ି ଦୁର୍ବୃତ୍ତମାନେ ଚାଲି ଯାଇଥିବା ଜଣାପଡିଛି l ବନପାଳଙ୍କ ବାସଭବନ ପରିସରରୁ କାଟି ନେଇଥିବା ଚନ୍ଦନ ଗଛର ଗଣ୍ଡିର ଉଚ୍ଚତା ୪ଫୁଟ ଏବଂ ଗୋଲେଇ ୮୦ସେ.ମି । ଯାହାର ଆନୁମାନିକ ମୂଲ୍ୟ ୨୫,୦୦୦ ଟଙ୍କା ହେବ ବୋଲି ଜଣାପଡିଛି ।  ବ୍ୟବସାୟୀଙ୍କ ଘରେ ଦୁର୍ବୃତ୍ତ  ମାନେ କାଟି  ଛlଡି ଦେଇଥିବା ଚନ୍ଦନ ଗଛ ଏବଂ ବନପାଳ ବାସ ଭବନ ପରିସରରେ ଥିବା ଚନ୍ଦନଗଛର ମୂଳକୁ ବନବିଭାଗ କାର୍ଯ୍ୟାଳୟକୁ ନେଇ ସାଇତି ରଖିଛି l

sandal wood loot

ବନବିଭାଗ  ଥୁଆମୂଳ ରାମପୁର ଥାନାରେ ଚନ୍ଦନ ଗଛ ଚୋରି ମାମଲା  ରୁଜ୍ଜୁ କରିଥିବା ବେଳେ ବର୍ତ୍ତମାନ ଯାଏଁ ଚନ୍ଦନ ଗଛ ଲୁଟେରାଙ୍କ କୌଣସି ସନ୍ଧାନ ମିଳିପାରିନାହିଁ ।  ଉଭୟ ବନବିଭାଗ ଓ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।  ଗତ ବର୍ଷ  ଥୁଆମୁଳ ରାମପୁର ମlଣିକେଶ୍ୱରୀ ମନ୍ଦିର ପୂଜାରୀଙ୍କ ଘରୁ ଏକ ଚନ୍ଦନଗଛ ଏବଂ ନିକଟସ୍ଥ ଯାକେଶ ପଦରରୁ ଅନ୍ୟ ଜଣଙ୍କ ଘରୁ ଚନ୍ଦନ ଗଛ କାଟି ନେଇଯାଇଥିଲେ ଦୁର୍ବୃତ୍ତ l ବର୍ତମାନ ସୁଦ୍ଧା ସେହି ଚନ୍ଦନ ଗଛ ଚୋରମାନେ ଧରା ପଡିନଥିବା ବେଳେ ବର୍ଷକ ପରେ ପୁନର୍ବାର ରାମପୁରରୁ ଚନ୍ଦନ ଗଛ ଚୋରି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି  l ଏକଦା ଚନ୍ଦନ ଓ ଚମ୍ପା ଗଛର ବଣରେ ପରିପୂର୍ଣ୍ଣ ଥୁଅlମୂଳ ରାମପୁର ଚନ୍ଦନ କାଠ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ପଡିବା ପରେ ଚନ୍ଦନ ଗଛ ଶୁନ୍ୟ ହେବାକୁ ବସିଲାଣି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.