ମୋ ପିଲା ଦୁଇ ଜଣ ତୁମକୁ ଲାଗିଲେ ପ୍ରଭୁ ! ଏ ହେଉଛି ଜଣେ ନିରୁପାୟ ବାପା ମାଆଙ୍କ କାହାଣୀ ନିଶ୍ଚୟ ପଢ଼ନ୍ତୁ

ରୋଗ ଚିହ୍ନି ପାରୁନାହାନ୍ତି ଡାକ୍ତର । ସେ ବିଡ଼ମ୍ବନା ହେଉ ଅବା କିଛି ଅଘଟଣ ସୁସ୍ଥ ହୋଇ ଜନ୍ମ ହେବାର ପାଞ୍ଚ ବର୍ଷ ପରେ ପିଲା ପାଲଟିଗଲେ ଦିବ୍ୟାଙ୍ଗ । ସେମାନଙ୍କ ଚିକିତ୍ସା ଆଗରେ ଡାକ୍ତର ବି ଫେଲ୍‌ ମାରିଛନ୍ତି । ବାପ ମାଆ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି ହେଲେ କିଛି ବି ସୁଫଳ ମିଳୁନି । କିଏ କହିଲା ବାସ୍ତୁ ଦୋଷ, ଆଉ କିଏ କହିଲା ଗୁଣିଗାରେଡ଼ି । ହେଲେ ଭୋଗିବା ଲୋକ ତ ଭୋଗୁଛି । ଏଭଳି ଅନିଶ୍ଚିତତାର ଭାଗ୍ୟ ନେଇ ଜୀବନ ବିତାଉଛନ୍ତି ଅସ୍ତରଙ୍ଗ ବ୍ଲକ ଝଡାଲିଙ୍ଗ ଗାଁର ବିଜୟ ସ୍ଵାଇଁଙ୍କ ପରିବାର । ଗୋଟିଏ ପୁଅ ଓ ଦୁଇ ଝିଅଙ୍କ ସହ ସ୍ଵାମୀ ସ୍ତ୍ରୀଙ୍କୁ ନେଇ ପଞ୍ଚପ୍ରାଣୀ କୁଟୁମ୍ବ ।

ବିଜୟ ଏକ ଘରୋଇ କମ୍ପାନୀରେ ଚାକିରି କରି ସୁଖରେ ସଂସାର ଚଳାଉଥିଲେ । ପୁଅ ସିବୁନାର ଜନ୍ମ ପରେ ଘରେ ଖୁସି ଦୁଇଗୁଣ ହୋଇଗଲା । ଅତି ସ୍ନେହ ଯତ୍ନରେ ପୁଅକୁ ବଢାଇଥିଲେ ବିଜୟ ଆଉ ପତ୍ନୀ ନର୍ମଦା । ହେଲେ ହଠାତ ମାଡ଼ି ଆସିଲା ଦୁଃଖର କଳା ମେଘ । ଯେମିତି କାହାର ନଜର ଲାଗିଗଲା ଏଇ ସୁଖୀ ସଂସାର ଉପରେ । ଦିନେ ଚାରି ବର୍ଷର ପୁଅ ସିବୁନାକୁ ମା ନର୍ମଦା ଅଙ୍ଗନବାଡି କେନ୍ଦ୍ରକୁ ପାଠ ପଢାଇବାକୁ ନେଇ ଯାଉଥିବାବେଳେ ହଠାତ ସେ ବେହୋସ ହୋଇ ପଡିଲା । ପୁଅର ଦେହଖରାପ ଖବରପାଇ କମ୍ପାନୀରୁ ଛୁଟି ନେଇ ଧାଇଁ ଆସିଲେ ବିଜୟ । ବିଭିନ୍ନ ମେଡିକାଲକୁ ନେଇ ଚିକିତ୍ସା କରାଇଲେ । ହେଲେ ସୁସ୍ଥ ହେବା ପରିବର୍ତ୍ତେ ପୁଅ ସିବୁନା ବେଳକୁ ବେଳ ଭିନ୍ନକ୍ଷମ ହେବାକୁ ଲାଗିଲା ।

dibyangକିଛିଦିନ ପରେ ବିଜୟଙ୍କର ଆଉ ଏକ ଝିଅ ଜନ୍ମ ହେଲା । ବିଜୟ ପୁଅର ଅବସ୍ଥାକୁ ଦେଖି ଝିଅ ଶିଆଲିକୁ ଅତି ସତର୍କରେ ଲାଳନ ପାଳନ କରିବାକୁ ଲାଗିଲା । ଝିଅଟି ଯେମିତି ପୁଅ ପରି ଅସୁସ୍ଥ ନହେଉ ସେଥିପାଇଁ ସବୁମତେ ଚେଷ୍ଟା କଲେ । କିନ୍ତୁ ଝିଅକୁ ଠିକ ପାଞ୍ଚବର୍ଷ ବୟସ ହେବା ବେଳକୁ ପୁଅ ପରି ସେ ମଧ୍ୟ ପ୍ରଥମେ ଚେତା ହରାଇଲା ଏବଂ ପରେ ପରେ ପାଲଟିଗଲା ଭିନ୍ନକ୍ଷମ । ପୁଅ ପରି ଝିଅର ମଧ୍ୟ ଚିକିତ୍ସା କଲେ ବାପା ବିଜୟ । ହେଲେ କିଛି ବି ହେଲା ନାହିଁ । କେବଳ ମେଡିକାଲ ନୁହେଁ ଠାକୁର, ମନ୍ଦିର ଏବଂ ଗୁଣିଆ ଦୁଆରକୁ ବି ଦୌଡ଼ିଲେ । ତେବେ ଧୀରେ ଧୀରେ ପୁଅ ପରି ଝିଅଟି ମଧ୍ୟ ସଂପୂର୍ଣ୍ଣ ଭିନ୍ନକ୍ଷମ ପାଲଟିଗଲା । ଏପଟେ ପିଲାଙ୍କ ଚିକିତ୍ସା କରୁ କରୁ ନିଜ ଚାକିରି ହରାଇ ବସିଲେ ବିଜୟ । ଆହୁରି ଦୁର୍ଦ୍ଦିନ ଭିତରକୁ ଠେଲି ହୋଇଗଲା ତାଙ୍କ ପରିବାର ।

dibyangaଏହିଭଳି ଅବସ୍ଥାରେ ସର୍ବସ୍ଵ ହରାଇ ଦଣ୍ଡର ଭିକାରୀ ସାଜିଛନ୍ତି ବିଜୟ । ଦୁଇ ପୁଅ ଝିଅଙ୍କ ସେବାରେ ଦିନ କଟୁଛି ସେମାନଙ୍କର । ୟା ଭିତରେ ଆଉ ଏକ ସୁସ୍ଥ ପିଲା ଆଶାରେ ସେମାନେ ଜନ୍ମଦେଲେ କନ୍ୟା ସନ୍ତାନକୁ । ନାଁ ରଖିଲେ ଫିଲୁ । ତୃତୀୟ ପିଲାଟି ଜନ୍ମ ହେଲାପରେ ଦେଢବର୍ଷ ବୟସରେ ପୂର୍ବ ସନ୍ତାନଙ୍କ ପରି ଆରମ୍ଭ ହେଲା ସାନ ଝିଅର ଅସୁସ୍ଥତା। ଲୋକମାନେ କହିଲେ ଏସବୁ ଗୁଣିଗାରେଡି କିମ୍ବା ଘରର କିଛି ବସ୍ତୁଦୋଷ କାରଣରୁ ହେଉଛି । ଲୋକମାନଙ୍କ ଠାରୁ ଏଭଳି କଥା ଶୁଣିଲା ପରେ ଭୟରେ ଘରଛାଡି ଦେଲେ ବିଜୟ । ଏବେ ନିଜ ଘର ଛାଡ଼ି ଶ୍ୱଶୁର ଘରେ ରହି ମୂଲ ଲାଗି ଚଳୁଛନ୍ତି । ନିଜ ପେଟ ପୋଷିବା ଛଡ଼ା ପିଲାଙ୍କ ଚିକିତ୍ସା କରିବାର ସାମର୍ଥ୍ୟ ନାହିଁ ତାଙ୍କର । ଦିର୍ଭାଗ୍ୟ ପିଛା ଛାଡୁନି । ଅପେକ୍ଷା କରିଛନ୍ତି ସହାୟତାକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.