ଏବେ କେବଳ ଫ୍ଯାଶନ ଡିଜାଇନିଂ ନୁହେଁ ଫିଲ୍ମର ନିର୍ଦ୍ଦେଶନା ଦେବେ ମନୀଷ ମଲହୋତ୍ରା, ଆରମ୍ଭ କଲେ ନୂଆ ଇନିଂସ

ବଲିଉଡରେ ମନୀଷ ମଲହୋତ୍ରାଙ୍କ ନାମ ବେଶ ଜଣାଶୁଣା। ନିଜ ଫ୍ଯାଶନ ଡିଜାଇନ ବଳରେ ବଲିଉଡ ସେଲିବ୍ରିଟଙ୍କୁ ଶାନଦାର ଲୁକ ଦିଅନ୍ତି ମନୀଷ ମଲହୋତ୍ରା। ଏବେ ଫ୍ଯାଶନ ଡିଜାଇନିଂ ଛଡା ଏବେ ବଲିଉଡରେ ନିର୍ଦ୍ଦେଶନା ଦେବାକୁ ମନ ବଳାଇଛନ୍ତି। ଆଉ ମନୀଷଙ୍କ ଏପରି କାମରେ ବଲିଉଡ ଇଣ୍ଡଷ୍ଟ୍ରୀ ମଧ୍ୟ ବେଶ ଖୁସି ରହିଛି। ଇଣ୍ଡଷ୍ଟ୍ରୀର ଅନେକ ଅଭିନେତ୍ରୀ ମନୀଷଙ୍କ ଫଟୋ ସେୟାର କରି ନୂଆ ଆରମ୍ଭ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ଜାହ୍ନବୀ କପୁର ମନୀଷ ମଲହୋତ୍ରା ଏବଂ ଶ୍ରୀଦେବୀଙ୍କ ଏକ ଥ୍ରୋବ୍ଯାକ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି କ୍ଯାପସନ ମଧ୍ୟ ଦେଇଛନ୍ତି। ଜାହ୍ନବୀ ଲେଖିଛନ୍ତି, ‘ ନୂଆ ଯାତ୍ରା ପାଇଁ ବହୁତ ଶୁଭକାମନା। କେବଳ ଜାହ୍ନବୀ ନୁହେଁ, ପରିଣୀତି ଚୋପ୍ରା, ନେହା ଧୁପିଆ, କାଜୋଲ, କରୀନା କପୁର ଖାନ, ରବୀନା ଟଣ୍ଡନ, ଐଶ୍ବର୍ଯ୍ଯା ରାୟ, ଆଲିଆ ଭଟ୍ଟ ସମେତ ଅନ୍ଯ ସବୁ ଷ୍ଟାର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.