Below header

ହୋଲି ରଙ୍ଗରେ ମୀରା କପୁର ବେକରେ ଲେଖିଲେ ସ୍ୱାମୀଙ୍କ ନାଁ, କିନ୍ତୁ ୟୁଜରଙ୍କୁ ମନେ ପଡ଼ିଗଲା ଶାହିଦ-କରୀନାଙ୍କ ପ୍ରେମ!

ବଲିଉଡ୍‌ ଆକ୍ଟର ଶାହିଦ କପୁରଙ୍କ ସ୍ତ୍ରୀ ମୀରା କପୁର ହୋଲି ଦିନ ରଙ୍ଗରେ ଡୁବିଥିବା ନଜର ଆସିଥିଲେ। ମୀରା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କ ବେକରେ ଲାଲ୍‌ ରଙ୍ଗରେ ‘ଏସ୍‌ କେ’ ଲେଖାଯାଇଥିବା ନଜର ଆସୁଛି। କିନ୍ତୁ ୟୁଜରମାନେ ମୀରାଙ୍କ ଏହି ଫଟୋ ଦେଖି ଟ୍ରୋଲ କରିଛନ୍ତି।

 

View this post on Instagram

 

love life in technicolour

A post shared by Mira Rajput Kapoor (@mira.kapoor) on

‘ଏସ୍‌ କେ’କୁ ସେମାନେ ଶାହିଦ ଓ କରିନା କପୁରଙ୍କ ନାଁ ସହ ଯୋଡ଼ି ଦେଇଛନ୍ତି। ଆଉ ଜଣେ ୟୁଜର ଲେଖିଥିଲେ, ‘ଏସ୍‌ କେର ଅର୍ଥ ସଲମାନ ଖାନ୍‌’। ମୀରା ଫଟୋ ପୋଷ୍ଟ କରି କ୍ୟାପସନ ଲେଖିଛନ୍ତି, ‘ଲଭ୍‌ ଲାଇଫ୍‌ ଇନ୍‌ ଟେକ୍ନିକଲର’। ଏଥିରେ ସେ ସନ୍‌ଗ୍ଲାସେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.