ର’ ଏଜେଣ୍ଟ ହେବେ ସିଦ୍ଧାର୍ଥ ମାଲହୋତ୍ରା, ଫିଲ୍ମ ‘ମିଶନ୍‌ ମଜନୁ’ର ପୋଷ୍ଟର ରିଲିଜ୍‌

ସିଦ୍ଧାର୍ଥ ମାଲହୋତ୍ରା ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ମିଶନ୍‌ ମଜନୁ’ର ପୋଷ୍ଟର ରିଲିଜ୍‌ ହୋଇଛି। ଏହା ଏକ ଥ୍ରୀଲର ଫିଲ୍ମ। ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ଫିଲ୍ମ ପରେ ରୋନୀ ସ୍କ୍ରୁବାଲା ଏବେ ଅମର ବୁଟାଲା ଓ ଗରିମା ମେହେତାଙ୍କ ସହ ମଜନୁରେ ପ୍ରଯୋଜନା କରିବେ। ଏହି ଫିଲ୍ମ ଭାରତର ସବୁଠୁ ମହତ୍ତ୍ୱାକାଂକ୍ଷୀ ଗୁପ୍ତ ଅଭିଯାନ ଉପରେ ଆଧାରିତ। ଫିଲ୍ମଟି ୧୯୭୦ ଦଶକରେ ହୋଇଥିବା ସତ୍ୟ ଘଟଣା ଉପରେ ଆଧାରିତ। ଏହା ପାକିସ୍ତାନର ଛାତି ଉପରେ ଭାରତର ସବୁଠୁ ସାହସିକତା ମିଶନ୍‌ର କାହାଣୀକୁ ନେଇ ତିଆରି ହୋଇଛି, ଯାହା ଫଳରେ ସବୁଦିନ ପାଇଁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଦଳି ଯାଇଛି।

ଦେଖନ୍ତୁ ପୋଷ୍ଟର:

manju

ପରଭେଜ ଶେଖ୍‌, ଅସୀମ ଆରୋରା ଓ ସୁମିତ ବଠେଜାଙ୍କ ଦ୍ୱାରା ଲିଖିତ ଏହି ଥ୍ରୀଲର ଫିଲ୍ମରେ ସିଦ୍ଧାର୍ଥ ମାଲହୋତ୍ରା ଏକ ର’ ଏଜେଣ୍ଟ ଭୂମିକାରେ ନଜର ଆସିବେ। ସେ ହିଁ ଏହି ମିଶନରେ ନେତୃତ୍ୱ କରୁଛନ୍ତି। ଫିଲ୍ମରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଶ୍ମିକା ମନ୍ଦାନା ଡେବ୍ୟୁ କରିବେ। ଏଥିସହ ନିର୍ଦ୍ଦେଶନା ଦେଉଥିବା ଫିଲ୍ମ ନିର୍ମାତା ଶାନ୍ତନୁ ବାଗ୍‌ଚୀଙ୍କର ମଧ୍ୟ ଏହା ହେବ ପ୍ରଥମ ବଲିଉଡ୍‌ ଫିଲ୍ମ।

ଫିଲ୍ମ ମିଶନ୍‌ ମଜନୁ RSVP ଦ୍ୱାରା ନିର୍ମିତ ଓ ଗିଲ୍ଟି ବାୟ ଆସୋସିଏଟ୍‌ କରୁଛି। ୨୦୨୧ ମସିହା ଫେବ୍ରୁଆରୀରେ ଫିଲ୍ମଟି ପରଦାକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.