Below header

ଅଣ୍ଡା ଗୋଟେକୁ ୩୦ ଟଙ୍କା, ଅଦା କିଲୋ ହଜାରେ ଟଙ୍କା: ଏମିତି ହୋଇଯାଇଛି ପାକିସ୍ତାନର ଅବସ୍ଥା

ନୂଆ ପାକିସ୍ତାନର ନାରା ଦେଇ ଶାସନ ଗାଦି ହାତେଇଥିବା ଇମ୍ରାନ ଖାନଙ୍କ ସରକାର ଏବେ ବିପଦରେ। ସତ୍ତାକୁ ଆସିବା ପରଠୁ ପାକିସ୍ତାନର ଅର୍ଥବ୍ୟବସ୍ଥା ବିପଦଗ୍ରସ୍ତ ହୋଇପଡ଼ିଛି। ପାକିସ୍ତାନର ଆର୍ଥିକ ସଙ୍କଟ ଏତେ ଅଧିକ ଯେ ଏବେ ଅଣ୍ଡା ଗୋଟା ୩୦ ଟଙ୍କା। ପଡ଼ୋଶୀ ଦେଶ ପାକିସ୍ତାନରେ ଅଦା କିଲୋ ପ୍ରତି ୧୦୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଗହମ କିଲୋ ୬୦ ଟଙ୍କା।

ପାକିସ୍ତାନରେ ମହଙ୍ଗା ମାଡ଼ ଏବେ ବିଶ୍ବରେ ଉଦାହରଣ ସୃଷ୍ଟି କରିଛି। ଏହି ମହଙ୍ଗା ମାଡ଼ ମାଂସ ବଜାର ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ପାକିସ୍ତାନରେ କୁକୁଡ଼ା ମାଂସ କିଲୋ ୩୦୦ ଟଙ୍କାରେ ବିକ୍ରି ହେଉଛି। ସେପଟେ ଚିନି କିଲୋ ୧୦୪ ଟଙ୍କା ହୋଇଥିବା ବେଳେ ଘରୋଇ ଗ୍ୟାସର ଦାମ ଆକାଶ ଛୁଆଁ ରହିଛି। ଇମ୍ରାନ ସରକାର ଏବେ ସାଧାରଣ ଲୋକଙ୍କୁ ଦୁଇ ଓଳି ଖାଦ୍ୟ ଯୋଗାଇବାକୁ ସମର୍ଥ ନୁହଁନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି।

inflamation

ସୂଚନା ଅନୁସାରେ, ପାକିସ୍ତାନର ୨୫ ପ୍ରତିଶତ ଲୋକ ଗରିବୀ ସୀମା ରେଖା ତଳେ ରହିଛନ୍ତି। ଶୀତ ଋତୁରେ ଯେମିତ ଅଣ୍ଡା ଓ ଅଦାର ଚାହିଦା ବଢ଼ିଛି ଦାମ ମଧ୍ୟ ଆକାଶ ଛୁଇଁଛି। ଗହମ କିଲୋ ୬୦ ଧରିଥିବାରୁ ଅଟା ବଜାରରୁ କିଣିବା ଏକ ପ୍ରକାର ଅସମ୍ଭବ ବୋଲି କହିବା ଉଚିତ ହେବ। ଏଥିରୁ କିପରି ବାହାର ହେବେ ଇମ୍ରାନ ଲଗାତାର ବୈଠକ ଡାକୁଛନ୍ତି। ସେହିପରି ଘରୋଇ ଗ୍ଯାସ୍ ସଙ୍କଟ ମଧ୍ୟ ବଡ ଅସୁବିଧା ସ୍‌ଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.