Below header

ନୂଆ ବର୍ଷରେ ଲଞ୍ଚ ହେବ One Plus Watch, ୟୁଜର୍ସଙ୍କୁ ଦେବ ଏହି ଏହି ସୁବିଧା

୨୦୨୧ ମସିହା ଆରମ୍ଭରେ ଲଞ୍ଚ ହେବାକୁ ଯାଉଛି One Plus Watch । ନୂଆ ସ୍ମାର୍ଟ ୱାଚ ଲଞ୍ଚ ହେବା ନେଇ କମ୍ପାନୀ ସିଇଓ ନିଜ ଟ୍ୱିଟର ଆକାଉଣ୍ଟରେ ଏବାବଦରେ ସୂଚନା ଦେଇଛନ୍ତି । କେଉଁ ମାସ କେଉଁ ତାରିଖରେ ଏହାକୁ ଲଞ୍ଚ କରାଯିବ ସେନେଇ କମ୍ପାନୀ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ । ଏକ୍ସପର୍ଟଙ୍କ ଅନୁଯାୟୀ ଏହି ସ୍ମାର୍ଟ ୱାଚ One Plus 9 ସିରିଜର ଡିଭାଇସ ସହ ଲଞ୍ଚ କରାଯିବା ନେଇ ସ୍ଥିର ହୋଇଛି ।

ଲିକ ହୋଇଥିବା ରିପୋର୍ଟ ଅନୁଯାୟୀ, ଏହି ଘଣ୍ଟାର ଡାୟଲ ଗୋଲାକାର ଆକୃତିର ରହିବ । ଆଉ ଏହି ୱାଚ ବିୟର ଓଏସ ଜରିଆରେ ହିଁ କାମ କରିବ । ଫିଚର ସାମାନ୍ୟ ପ୍ରିମିୟମ କ୍ୟାଟେଗୋରୀର ହେବ । ଫିଚର୍ସରେ ଏହା ଆପଲ ୱାଚକୁ କଡ଼ା ଟକ୍କର ଦେବ ବୋଲି ଅନୁମାନ କରାଯାଉଛି । ଏହାର ଅନ୍ୟ ଫିଚର୍ସ ବାବଦରେ ଆଗକୁ ସମ୍ପୂର୍ଣ୍ଣ ସୂଚନା ମିଳିବ ବୋଲି ଜଣାଯାଇଛି । କହିରଖିବା ଉଚିତ ହେବକି One Plus ପୂର୍ବରୁ ଓପୋ ଓ ରିଆଲମି ନିଜ ନିଜ ସ୍ମାର୍ଟୱାଚ ଲଞ୍ଚ କରି ସାରିଛନ୍ତି । ଏହି ଦୁଇ ସ୍ମାର୍ଟୱାଚକୁ ୟୁଜର୍ସଙ୍କ ପକ୍ଷରୁ ଭଲ ରେସ୍ପପନ୍ସ ମଧ୍ୟ ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.