Below header

ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ ଏହି ମଡେଲ, ପରିବେଶ ପ୍ରଦୂଷଣ ରୋକିବାକୁ ନେଲେ ଏଭଳି ପଦକ୍ଷେପ

ସୁପର ମଡେଲ ବେଲା ହଦିଦ ପରିବେଶ ପ୍ରତି ନିଜ କର୍ତ୍ତବ୍ୟ କରିବାକୁ ଯାଇ ୬୦୦ଟି ଗଛ ଚାରା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଭଳି ଜନହିତକର କାର୍ଯ୍ୟ କରିବା ପଛରେ ମଧ୍ୟ ଏକ ମଜାଦାର ଉଦ୍ଦେଶ୍ୟ ରହିଛି। ନିଜ ମଡେଲିଂ କ୍ୟାରିୟରକୁ ଆଗକୁ ନେବାକୁ କରୁଥିବା ବିମାନ ଯାତ୍ରା ଯୋଗୁ ପରିବେଶରେ ବଢୁଥିବା କାର୍ବନ ଡାଇଅକ୍ସାଇଡ଼ର ମାତ୍ରାକୁ ନିୟନ୍ତ୍ରଣ କରିବାକୁ ସେ ଏଭଳି କରୁଥିବା କହିଛନ୍ତି। ଏହି ଦାନକୁ ନେଇ ସେ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ରିପୋର୍ଟ ମୁତାବକ, ଇନଷ୍ଟାଗ୍ରାମରେ ବୃକ୍ଷଦାନକୁ ନେଇ ଘୋଷଣା କରିବା ଅବସରରେ ବେଲା କହିଛନ୍ତି ଯେ ସେ ଗଛ ଲଗାଇ ତାଙ୍କ ଦ୍ୱାରା ବଢିଥିବା କାର୍ବନ ଡାଇଅକ୍ସାଇଡ଼ର ସ୍ତରକୁ ନିୟନ୍ତ୍ରଣ କରିବେ। ଏଥିପାଇଁ ୬୦୦ ଟି ଗଛ ଦାନ କରିବେ ବୋଲି କହିଛନ୍ତି ବେଲା। ପ୍ରତି ଉଡାଣ ଉପରେ ସେ ୨୦ଟି ଲେଖାଏଁ ଗଛ ଲଗାଇବାକୁ ଘୋଷଣା କରିଛନ୍ତି। ଆଗାମୀ ବର୍ଷ ପାଇଁ ମଧ୍ୟ ସେ ଏଭଳି ପନ୍ଥା ଆପଣାଇବେ ବୋଲି କହିଛନ୍ତି।

ଏହାସହ ପଢ଼ନ୍ତୁ: ଦୁନିଆର ସବୁଠାରୁ ଛୋଟ ପର୍ସ ଧରି ଆଓ୍ଵାର୍ଡ ଶୋ’ରେ ପହଞ୍ଚିଲେ ଏହି ଲୋକପ୍ରିୟ ଗାୟିକା

ତାଙ୍କ ଯୋଗୁ ପରିବେଶ ପ୍ରଭାବିତ ହେଉଥିବାରୁ ସେ ଏଭଳି କରିବାକୁ ନିଷ୍ପତ୍ତି ନେଇଥିବା ବେଲା କହିଛନ୍ତି। ସୂଚନାଯୋଗ୍ୟ ଯେ ମାତ୍ର ୧୬ ବର୍ଷ ବୟସରୁ ବେଲା ମଡ଼େଲିଂରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୪ ମସିହାରେ ସେ ନ୍ୟୁୟର୍କ ଫ୍ୟାସନ ଓ୍ଵିକ୍‌ରେ ଡେବ୍ୟୁ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.