Below header

ନୂତନ ମୋଟର ଭେଇକିଲ ଆକ୍ଟ ଲାଗୁ ହେବା ପରେ ଏପର୍ଯ୍ୟନ୍ତର ସବୁଠାରୁ ବଡ ଫାଇନ୍‌, ଚାଲାଣ କଟିଲା ୯ ଲକ୍ଷ ୮୦ ହଜାର

ଚଳିତ ବର୍ଷ ସେପ୍ଟେମ୍ବର ପହିଲାରୁ ଲାଗୁହୋଇଛି ନୂଆ ମୋଟରଯାନ ନିୟମ। ଏହି ନିୟମ ଲାଗୁହେବା ପରେ ଜୋରଦାର ହେଉଛି ଟ୍ରାଫିକ୍‌ ଚେକିଂ। ଟ୍ରାଫିକ ଉଲଙ୍ଘନକାରୀଙ୍କୁ ଗଣିବାକୁ ପଡୁଛି ହଜାର ହଜାର ଟଙ୍କା। ଏହି ନୂଆ ନିୟମ ଆସିବାର କିଛି ମାସ ମଧ୍ୟରେ ଟ୍ରାଫିକ ପୋଲିସର ମନମୁଖୀକୁ ନେଇ ଆସିଛି ବଡ ଅଭିଯୋଗ । ନିକଟରେ ଚଣ୍ଡିଗଡ ପୋଲିସ ଜଣେ କାର ଚାଳକଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରିଥିବାର ସୂଚନା ମିଳିଛି ।

car fine

ସୂଚନା ଅନୁଯାୟୀ ଗୁଜରାଟର ଅହମ୍ମଦାବାଦରେ ଜଣେ କାର ଚାଳକ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ନାମରେ ୯ ଲକ୍ଷ ୮୦ ହଜାର ଟଙ୍କାର ଚାଲାଣ କଟାଯାଇଛି । ପୋଲିସ ଜଣାଇଥିଲେ ଯେ ସେ ସିଟ ବେଲ୍ଟ ବାନ୍ଧି ନ ଥିଲେ ଏବଂ ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ଓ ଗାଡିର କାଗଜପତ୍ର ନ ଥିଲା । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଜି ପର୍ଯ୍ୟନ୍ତର ଏହା ସବୁଠାରୁ ବଡ ଜରିମାନା।

ଏହି ଗାଡି ପୋରସ୍କେ କମ୍ପାନୀର ସବୁଠାରୁ ଦାମୀ ଗାଡି । ବଜାରରେ ଏହି ଗାଡିର ଦାମ୍ ପାଖାପାଖି ସାଢେ ଦୁଇ କୋଟି ଟଙ୍କା। ପୋଲିସ ଏହି ଗାଡିକୁ ଜବତ କରିଛି ଏବଂ ଜଣାଇଛି ଯେ ପ୍ରଥମେ ଆରଟିଓ ପାଖରେ ଜରିମାନା ଭରିବା ପରେ କାରର ରସିଦ୍‌ ଆଣି କାରକୁ ନେବାକୁ ହେବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ। ଗୁଜରାଟ ପୁଲିସ ଗତ କିଛି ମାସରେ ଏପରି ୧୦ଟି ଦାମୀ ଗାଡିର ଚାଲାଣ କାଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.