ପିଏମଙ୍କ ବାୟୋପିକ ପାଇଁ ବିବେକଙ୍କୁ ନେବାକୁ ପଡିଲା ୯ ଅବତାର, ଫିଲ୍ମରେ ଦେଖିବାକୁ ମିଳିବ ମୋଦିଙ୍କ ସାଧୁ ହେବାର କାହାଣୀ

ମୁମ୍ବାଇ : ବଲିଉଡ଼ ଅଭିନେତା ବିବେକ୍ ଓବରଏ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକର ସୁଟିଂରେ ବ୍ୟସ୍ତ ରହିଛନ୍ତି। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମର ପୋଷ୍ଟରରେ, ବିବେକଙ୍କ ୯ଟି ଭିନ୍ନ ପ୍ରକାରର ଲୁକ୍ ଦେଖିବାକୁ ମିଳିଛି। ଏହି ସମସ୍ତ ଲୁକ୍ ମୋଦିଙ୍କ ଯୁବାବସ୍ଥାର ଅଟେ। ସେହିପରି ପୋଷ୍ଟରରେ ଗୋଟିଏ ଲୁକ୍ ଏପରି ରହିଛି ଯେଉଁଥିରେ ବିବେକ୍ ସାଧୁ ଅବତାରରେ ଦେଖାଯାଇଛନ୍ତି।

modi

ଯେଉଁଥିରୁ ଅନ୍ଦାଜା ଲଗାଯାଉଛି କି, ଫିଲ୍ମରେ ମୋଦିଙ୍କ ହିମାଳୟରେ ସାଧୁ ବନିଥିବା କଥା ବର୍ଣ୍ଣିତ ରହିଥିବ।
ବିଶେଷ ସୂତ୍ରରୁ ଜଣାପଡିଛି, ମୋଦି ଘରଛାଡି ପାଖାପାଖି ୨ବର୍ଷ ପର‌୍ୟ୍ୟନ୍ତ ହିମାଳୟ ଗୁମ୍ଫାରେ ଜୀବନ ବିତାଇଥିଲେ। ସେଠାରେ ସେ ଏକ ସାଧୁ ସ୍ବରୁପ ଜୀବନ ବ୍ୟତୀତ କରିଥିଲେ। ଏହାଛଡ଼ା ବାୟୋପିକରେ ମୋଦିଙ୍କ ଜୀବନର ବିଭିନ୍ନ ଅଛପା ଘଟଣା ବିଷୟରେ ଉଲ୍ଲେଖ ହେବ ବୋଲି କୁହାଯାଉଛି।


କୁହାଯାଉଛି କି ପିଏମ୍ ମୋଦିଙ୍କ ବାୟୋପିକରେ ପ୍ରଧାନମନ୍ତ୍ରୀଙ୍କ ଗୁଜୁରାତ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚନୀ ଜୀବନ ଆରମ୍ଭ ସହ ୨୦୧୪ ମସିହାର ନିର୍ବାଚନରେ ଐତିହାସିକ ବିଜେତା ବିଷୟରେ ଦେଖାଯିବ ବୋଲି କୁହାଯାଉଛି।

ମୋଦିଙ୍କ ବାୟୋପିକର ନିର୍ଦ୍ଦେଶନା ଦାୟିତ୍ବରେ ଉମଙ୍ଗ କୁମାର ରହିଛନ୍ତି। ଫିଲ୍ମରେ ନରେନ୍ଦ୍ର ମୋଦିଙ୍କ ବିବାହ, ସଂଘ ପ୍ରଚାରକ ରୁ ନେଇ ଦେଶର ପ୍ରଧାନମନ୍ତ୍ରୀ ଯାଏଁ ସମସ୍ତ କାହାଣୀ ବର୍ଣ୍ଣିତ ରହିଛି। ଫିଲ୍ମର ପ୍ରଥମ ପୋଷ୍ଟରକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ୨୩ଟି ଭାଷାରେ ଜାରି କରିଥିଲେ। ଫିଲ୍ମଟି ଏପ୍ରିଲ ୧୨ରେ ରିଲିଜ୍ ହେବ ବୋଲି ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.