Below header

ମୟୂରଭଞ୍ଜ : ମାଛଭାତ ଖାଇ ଛାତ୍ରୀ ଅସୁସ୍ଥ

ମୟୂରଭଞ୍ଜ : ମାଛଭାତ ଖାଇ ଛାତ୍ରୀ ଅସୁସ୍ଥ । ମୟୂରଭଞ୍ଜ ଜିଳ୍ଲା କୁସୁମୀ ବ୍ଳକ ସରକାରୀ ଉଚ୍ଚ ବିଦ୍ୟାଳୟର ୧୪ ଜଣ ଅନ୍ତେବାସୀ ମାଛ ଭାତ ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି । ରାତିରେ ଅନ୍ତେବାସୀ ମାନେ ଖାଇସାରି ଶୋପଡିଥିଲେ । ସକାଳୁ ପେଟ କାଟିବା ସହ ଝାଡାବାନ୍ତି ହୋଇଥିଲା । ଫଳରେ ସ୍କୁଲ କର୍ତ୍ତୁପକ୍ଷ ଅସୁସ୍ଥ ଛାତ୍ରୀଙ୍କୁ ବାଦାମପାହାଡ ହସପିଟାଲରେ ଭର୍ତ୍ତି କରିଥିଲେ । ଆଜି ୫ ଜଣଛାତ୍ରୀଙ୍କୁ ପରିବାର ଲୋକ ଘରକୁ ନେଇଯାଇଥିବା ବେଳେ ବାକି ଅନ୍ତେବାସୀ ଏବେବି ଚିକିତ୍ସିତ ହେଉଛନ୍ତି । ତେବେ ପରୀକ୍ଷା ଚିନ୍ତା ଓ ପାଣି କମ ପିଇଥିବାରୁ ଏପରି ହୋଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହିଦ ଗିରି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.