ଗର୍ଭରେ ହିଁ ଭାରତୀଙ୍କୁ ମାରି ଦେବାକୁ ଚାହୁଁଥିଲେ ତାଙ୍କ ମାଁ, କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା

କମେଡିଆନ ଭାରତୀ ସିଂହଙ୍କୁ କିଏ ବା ନ ଜାଣେ । ନିଜ ବଳରେ ହିଁ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ଭାରତୀ । ଦର୍ଶକଙ୍କୁ ହସେଇ ହସେଇ ବେଦମ କରିପାରୁଥିବା ଭାରତୀଙ୍କ ଜନ୍ମ ୧୯୮୪ ମସିହାରେ ଅମୃତସରରେ ହୋଇଥିଲା । ତାଙ୍କର ବିଶେଷ ଗୁଣ ପାଇଁ ତାଙ୍କୁ “ଲାଫଟର କ୍ୱିନ” ନାଁରେ ବି ଜଣାଯାଏ । ସେ କମେଡି ହେଉ ଅବା ରିଅଲିଟି ଶୋ’ ଦର୍ଶକଙ୍କୁ ହସାଇ ହସାଇ ଗଡ଼ାଇ ଦେଇପାରନ୍ତି ଭାରତୀ । ଆଜି ସଫଳତାର ଶୀର୍ଷକୁ ଛୁଇଁ ପାରିଥିବା ଭାରତୀଙ୍କୁ ତାଙ୍କ ମାଁ କିନ୍ତୁ ଜନ୍ମ ଦେବାକୁ ଚାହୁଁ ନଥିଲେ । ପେଟ ଭିତରେ ହିଁ ମାରିଦେବାକୁ ଠିକ କରିଥିଲେ ତାଙ୍କ ମାଁ । ଏବାବଦରେ ଏକ ସାକ୍ଷାତ୍କାର ସମୟରେ ନିଜେ ଭାରତୀ ହିଁ କହିଥିଲେ । ଏନେଇ ତାଙ୍କ ମାଁ ଅନେକ ଚେଷ୍ଟା ମଧ୍ୟ କରିଥିଲେ । କିନ୍ତୁ ବିଧିର ବିଧାନ ଥିଲା କିଛିଟା ଅଲଗା । ଯେତେ ଚେଷ୍ଟା କରିଥିଲେ ପ୍ରତିଥର ଭାରତୀ ମୃତୁ ମୁଖରୁ ବର୍ତ୍ତୀ ଆସି ଯାଇଥିଲେ । କିନ୍ତୁ ଜନ୍ମ ହେବା ପରେ ଖୁବ ଯତ୍ନର ସହ ଭାରତୀଙ୍କୁ ପାଳିଥିଲେ ତାଙ୍କ ମାଁ । ଭାରତୀଙ୍କ ପିଲାବେଳ ଖୁବ ଦୁଃଖ କଷ୍ଟରେ ବିତିଥିଲା । ଦିନକୁ ଦୁଇ ଓଳି ଖାଇବା ଯୋଗାଡ କରିବା ବି ତାଙ୍କ ପକ୍ଷରେ ସମ୍ଭବ ନଥିଲା । ନିଜେ ଭାରତୀ ହିଁ ଏବାବଦରେ ଅନେକ ଇଣ୍ଟରଭିଉରେ ନିଜେ କହିଛନ୍ତି ।

bharati singh

ମାତ୍ର ୨ବର୍ଷ ବୟସର ହୋଇଥିବା ବେଳେ ତାଙ୍କ ପିତା ତାଙ୍କୁ ଛାଡି ଚାଲିଯାଇଥିଲେ । ଗୁଜୁରାଣ ମେଣ୍ଟାଇବା ପାଇଁ ତାଙ୍କ ବଡ଼ ଭାଇ ଭଉଣୀ ହିଁ ଏକ ମୁଖ୍ୟ ଭୂମିକା ନିଭେଇ ଆସୁଥିଲେ । ନିଜ ପଢ଼ା ଖର୍ଚ୍ଚ ତୁଲାଇବା ପାଇଁ ଖୁବ ପରିଶ୍ରମ କରିବାକୁ ପଡିଥିଲା ତାଙ୍କୁ । କଲେଜ ଫିସ କମେଇବା ପାଇଁ ସ୍ପୋର୍ଟ୍ସରେ ନିଜ ନାଁ ଦାଖିଲ କରିଥିଲେ । ଅମୃତଶର ଥିଏଟର କରୁଥିବା ସମୟରେ ତାଙ୍କର ସାକ୍ଷାତ କମେଡି କିଙ୍ଗ କପିଳ ଶର୍ମାଙ୍କ ସହ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.