ବ୍ଲଡ କ୍ୟାନ୍ସରରେ ପୀଡିତ ଅଭିନେତ୍ରୀ ସାଂସଦ କିରଣ ଖେର, ଚାଲିଛି ଚିକିତ୍ସା

ଚଣ୍ଡିଗଡ : କଂଗ୍ରେସ ସାଂସଦ କିରଣ ଖେର ଗତ ଦେଢ଼ ବର୍ଷ ଧରି ସହରରୁ ବାହାରେ ଥିବା ଅଭିଯୋଗ ହୋଇଛି। ତେବେ ଏହିସମୟରେ ଚଣ୍ଡିଗଡ ଭାଜପା ଅଧ୍ୟକ୍ଷ ଅରୁର ସୁଦ ସାଂସଦଙ୍କୁ ରକ୍ଷା କରିବାକ ଯାଇ ଏକ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ସାଂସଦ କିରଣ ଖେର ବର୍ତ୍ତମାନ ମଲ୍ଟିପଲ ମାଇଲୋମା (ପ୍ଲାଜମା ସେଲ୍ସ କ୍ୟାନ୍ସରରେ ପୀଡିତ ଅଛନ୍ତି ଏବଂ ଏବେ ମୁମ୍ବାଇରେ ତାଙ୍କର ଚିକିତ୍ସା ଚାଲିଛି।

ଅରୁଣ ସୁଦ କହିଛନ୍ତି ସେ ଏବେ ବିପଦ ମୁକ୍ତ ଅଛନ୍ତି। ପ୍ରାରମ୍ଭିକ ଷ୍ଟେଜରେ ରୋଗ ବିଷୟରେ ଜଣାପଡିଗଲା। କିନ୍ତୁ ଚିକିତ୍ସା ପାଇଁ ତାଙ୍କୁ ଏବେ ମଧ୍ୟ ସପ୍ତାହରେ ଥରେ ୨୪ ଘଣ୍ଟା ପାଇଁ ହସପିଟାଲରେ ରଖିବାକୁ ପଡୁଛନ୍ତି। ଅରୁଣ ସୁଦ କହିଛନ୍ତି ଗତ ବର୍ଷ ଜାରି ହୋଇଥିବା ଲକଡାଉନ ସମୟରେ ସାଂସଦ କିରଣ ଖେର ଚଣ୍ଡିଗଡରେ ଥିଲେ। ସେହି ସମୟରେ ଡାଇବେଟିକ ହେବା କାରଣରୁ ଡାକ୍ତର ତାଙ୍କୁ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଥିଲେ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗତ ବର୍ଷ ନଭେମ୍ବରରେ ତାଙ୍କ ହାତରେ ଫ୍ରାକ୍ଚର ହୋଇଥିଲା। ଏହି ସମୟରେ ତାଙ୍କ ପେଟର ସ୍କାନ କରାଯାଇଥିଲା ଯାହାପରେ ତାଙ୍କଠାରେ ମଲ୍ଟିପଲ ମାଇଲୋମାର ପ୍ରାରମ୍ଭିକ ଲକ୍ଷଣ ମିଳିଥିଲା।ଏହାପରେ ତାଙ୍କୁ ଡିସେମ୍ବରରେ ମୁମ୍ବାଇକୁ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରିବାକୁ ପଡିଲା। ସେବେଠାରୁ ତାଙ୍କର ଲଗାତର ଚିକିତ୍ସା ଚାଲୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.