Below header

ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ଦାନବାକ୍ସ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ

ପୁରୀ: ପୁରୀରେ ଶ୍ରୀଜଗନ୍ନାଥଙ୍କ ମାଉସୀ ମା’ ମନ୍ଦିରରୁ ଚୋରି । ବଳଗଣ୍ଡି ଛକସ୍ଥିତ ମାଉସୀ ମା’ ମନ୍ଦିରରୁ ଚୋରି ହୋଇଛି । ମନ୍ଦିର ତାଲା ଭାଙ୍ଗି ଦାନବାକ୍ସ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ପ୍ରାୟ ୩୦ହଜାର ଟଙ୍କା ଲୁଟ ହୋଇଥିବା ଆଶଙ୍କା କରାଯାଉଛି। ମାଉସୀ ମା’ ମନ୍ଦିରରେ ଥିବା ମୂଲ୍ୟବାନ ବସ୍ତ୍ର ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋରି ନେଇ ଅଭିଯୋଗ ପରେ କୁମ୍ଭାରପଡ଼ା ପୋଲିସ ତଦନ୍ତ କରୁଛି। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.