Below header

ଏହି ଅଭିନେତ୍ରୀଙ୍କ ବିଲିଡିଂରେ କରୋନା ରୋଗୀ ଚିହ୍ନଟ, ଆପାର୍ଟମେଣ୍ଟ ସିଲ୍‍ କଲା ମୁମ୍ବାଇ ବିଏମ୍‍ସି

କରୋନା ଭାଇରସ ସମଗ୍ର ଦେଶରେ ଖୁବ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଭାରତରେ ଏପର୍ଯ୍ୟନ୍ତ ୩ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ବେଳେ ୬୫ରୁ ଉର୍ଦ୍ଧ୍ୱ ମୃତ୍ୟୁବରଣ କରିସାରିଲେଣି । ଏହାମଧ୍ୟରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ଆପାର୍ଟମେଣ୍ଟକୁ ସିଲ୍‍ କରିଦିଆଯାଇଛି ।

dd

ଅଙ୍କିତାଙ୍କ ଆପାର୍ଟମେଣ୍ଟରୁ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଆକ୍ରାନ୍ତ ବ୍ୟକ୍ତି ଜଣକ ନିକଟରେ ସ୍ପେନରୁ ଆସିଥିବା ବେଳେ ଏୟାରପୋର୍ଟରେ ଯାଞ୍ଚ ସମୟରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ୧୨ ଦିନ ପରେ ତାଙ୍କ ଠାରେ କରୋନା ଲକ୍ଷଣ ଦେଖାଦେବାରୁ ଯାଞ୍ଚ ପରେ ପଜେଟେିଭ ରିପୋର୍ଟ ଆସିଥିଲା । ଏଥିପାଇଁ ତାଙ୍କୁ ଆଇସୋଲେଶନରେ ରଖାଯାଇଛି ଏବଂ ଅଙ୍କିତା ରହୁଥିବା ଆପାର୍ଟମେଣ୍ଟକୁ ମୁମ୍ବାଇ ବିଏମସି ପକ୍ଷରୁ ସିଲ୍‍ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.