ରାମାୟଣ ଫେରିବା ପରେ ଫେରିଲା ଦୂରଦର୍ଶନର ଭାଗ୍ୟ, ରେକର୍ଡ ଭାଙ୍ଗିଲା ଟିଆରପି ରେଟିଂ

କରୋନା ଦାଉରୁ ଲୋକଙ୍କୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି। ଲକଡାଉନ ବେଳେ ଲୋକମାନେ ଘରେ ରହି ଯେମିତି ବିରକ୍ତ ନ ହେବେ ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣି ଥରେ ଦୂରଦର୍ଶନରେ ରାମାୟଣ ଓ ମହାଭାରତ ସିରିୟଲ ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଥିଲେ। କେବଳ ଏହି ଆଧ୍ୟାତ୍ମିକ ସିରିୟଲ ନୁହେଁ ଏବେ ଦୂରଦର୍ଶନରେ ଶକ୍ତିମାନ, ସର୍କସ ଆଦି ୯୦ ଦଶକର ସିରିୟଲ ମଧ୍ୟ ପ୍ରସାରିତ ହେଉଛି। ଗୋଟେ ପଟେ ଏହି ସିରିୟଲ ଲୋକଙ୍କ ମନୋରଞ୍ଜନ କରୁଥିବା ବେଳେ ଅନ୍ୟପଟେ ଚ୍ୟାନେଲ ପାଇଁ ମଧ୍ୟ ଖୁସି ଖବର ଆଣିଛି। ପ୍ରସାର ଭାରତୀର ସିଇଓ ଏନେଇ ସୂଚନା ଦେଇଛନ୍ତି।

ramayan5

ପ୍ରସାର ଭାରତୀର ସିଇଓ ଶଶୀ ଶେଖର ଟ୍ଵିଟ କରି ସୂଚନା ଦେଇଛନ୍ତି ଯେ ଦୂରଦର୍ଶନରେ ପୁନର୍ବାର ରାମାୟଣ ପ୍ରସାରିତ ହେବା ପରେ ହିନ୍ଦୀ ଜିଇସି(ଜେନେରାଲ ଏଣ୍ଟରଟେନମେଣ୍ଟ ଚ୍ୟାନେଲ) ସୋ ଅନୁସାରେ ୨୦୧୫ ମସିହା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ରେଟିଂ ସୋ ହୋଇଛି। ଏଣୁ ଏହି ଲୋକପ୍ରିୟତା କେବଳ ରାମାୟଣ ଯୋଗୁ ହୋଇଛି ବୋଲି ସ୍ପଷ୍ଟ ହୋଇଛି।

ରିପୋର୍ଟ ମୁତାବକ, ପୁନଃ ପ୍ରସାରଣର ପ୍ରଥମ ଦିନ ଶନିବାର ୩୪ ମିଲିୟନ ବା ୩ କୋଟି ୪୦ ଲକ୍ଷ ଲୋକ ରାମାୟଣ ଦେଖିଥିଲେ, ସେଦିନର ରେଟିଂ ଥିଲା ୩.୪ ପ୍ରତିଶତ। ଅନ୍ୟପଟେ ତା’ ପର ଶନିବାର ଦିନ ପ୍ରସାରଣ ବେଳେ ୪୫ ମିଲିୟନ ବା ୪ କୋଟି ୫୦ ଲକ୍ଷ ଲୋକ ରାମାୟଣ ଦେଖିଥିଲେ।

ramayan

ଶନିବାର ସନ୍ଧ୍ୟାରେ ପ୍ରସାରଣ ରେଟିଂ ୫.୨ ପ୍ରତିଶତ ରହିଥିଲା। ସେହିପରି ରବିବାର ଏହି ସଂଖ୍ୟା ଆହୁରି ବଢ଼ିଥିଲା। ରବିବାର ସକାଳେ ୪ କୋଟି ଦର୍ଶକ ରାମାୟଣ ଦେଖିଥିବା ବେଳେ ରାତିରେ ଏହି ସଂଖ୍ୟା ୫ କୋଟି ୧୦ ଲକ୍ଷକୁ ବୃଦ୍ଧି ପାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.