ସାମ୍ନାକୁ ଆସିଲା Nach Baliye-Season 9 ପ୍ରତିଯୋଗୀଙ୍କ ନାମ, ‘ଶୋ’ରେ ସାହିଦ କପୁରଙ୍କ ସହିତ ନଜର ଆସିପାରନ୍ତି ମୀରା

ଏବେ ଟିଭିରେ ରିୟଲିଟି ଶୋର ଧୂମ ଚାଲୁଛି। ଏହି ‘ଶୋ’ ଆଶାରୁ ଅଧିକ ଟିଆରପି ଦେଇଥାଏ ଏବଂ ଏହା ସହିତ ପ୍ରତିଯୋଗୀଙ୍କ ଫ୍ୟାନ ଫଲୋଇଙ୍ଗ୍ ମଧ୍ୟ ରେକର୍ଡ ଭାଙ୍ଗି ଥାଏ। ଅନେକ ରିୟଲିଟୀ ‘ଶୋ’ ସହିତ ନିକଟରେ ‘ନଚ୍ ବଲିଏ-୯’ ମଧ୍ୟ ଆସିବାର ଖବର ରହିଛି। ଏହା ସହିତ ଏହି ସିଜନର ପ୍ରତିଯୋଗୀଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଅନେକ ଷ୍ଟାର କପଲଙ୍କର ଏହି ଶୋରେ ସାମିଲ ହେବାର ଖବର ସାମ୍ନାକୁ ଆସୁଛି।

ମିଡିଆ ରିପୋର୍ଟ ଅନୁଯାୟୀ ‘ନଚ୍ ବଲିଏ-ସିଜନ ୯’ ରେ ଟିଭିର ନୂଆ ଯୋଡି ପ୍ରିନ୍ସ ନରୁଲା ଏବଂ ୟୁବିକା ଚୌଧୁରୀ ମଧ୍ୟ ନଜର ଆସିପାରନ୍ତି। ଏହି ଶୋରେ ଦୁହେଁ କପଲ ଭାବରେ ଡ୍ୟାନ୍ସ କରୁଥିବାର ଦେଖାଯାଇ ପାରନ୍ତି। କୁହାଯାଉଛି ଏହି ଯୋଡିକୁ ଶୋରେ ପ୍ରତିଯୋଗୀ ହେବା ପାଇଁ ଅଫର ଦିଆଯାଇଛି। ଅବଶ୍ୟ ସେମାନଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ଜବାବ ମିଳି ନାହିଁ।

sahidସେହିଭଳି ସବୁଠାରୁ ବଡ ଖବର ଏହା ହେଉଛି ଯେ ଏହି ଶୋରେ ସାହିଦ କପୁର ଏବଂ ତାଙ୍କ ସ୍ତ୍ରୀ ମୀରା ରାଜପୁତଙ୍କୁ ଜଜ୍ ଭାବରେ ଦେଖିବାକୁ ମିଳିପାରେ। ଅବଶ୍ୟ ଏହାପାଇଁ ଏବେ ପର‌୍ୟ୍ୟନ୍ତ ଅଫିସିଆଲ ଘୋଷଣା ହୋଇନାହିଁ।

ଷ୍ଟାର ପ୍ଲସରେ ପ୍ରସାରିତ ହେବାକୁ ଯାଉଥିବା ‘ନଚ୍ ବଲିଏ-ସିଜନ ୯’ରେ ୟୁବିକା –ପ୍ରିନ୍ସଙ୍କ ବ୍ୟତୀତ ଆହୁରି ଅନେକ ଯୋଡିଙ୍କୁ ସମ୍ପର୍କ କରାଯାଇଛି। ଏହି ଶୋର ଅଂଶ ହେବା ପାଇଁ ହିନା ଖାନ୍ ଏଐବହ ତାଙ୍କ ପ୍ରେମିକ ରକି ଜୟସୱାଲଙ୍କୁ ମଧ୍ୟ ଡକା ଯାଇଛି। କିନ୍ତୁ ଏହା ଭି କୁହାଯାଉଛି ଦୁହେଁ ନିଜର ବିଜି ସିଡ୍ୟୁଲ ପାଇଁ ଏହି ଅଫରକୁ ରିଜେକ୍ଟ କରିପାରନ୍ତି।

ସେହିଭଳି ଏମାନଙ୍କ ବ୍ୟତୀତ ପ୍ରିୟାଙ୍କ୍ ଶର୍ମା, ବିନାଫସା ସୁନାୱାଲାଙ୍କ ସହିତ ଦେଖା ଯାଇପାରନ୍ତି। ପ୍ରିୟାଙ୍କ ଶର୍ମା ନିଜେ କହିଥିଲେ ସେ ଏହି ଶୋରେ ଭାଗ ନେଇପାରନ୍ତି। ଏହା ଛଡା ‘ଏଫଆଇଆର’ ଫେମ୍ କବିତା କୌଶିକ ନିଜ ସ୍ବାମୀଙ୍କ ରୋହିତ ବିଶ୍ବାସଙ୍କ ସହିତ ଏହି ଶୋରେ ପ୍ରତିଯୋଗୀ ହୋଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.