ଆଜଲାନ୍ ଶାହ ହକି ପାଇଁ ଭାରତୀୟ ଦଳରେ ସାମିଲ ହେଲେ ବୀରେନ୍ଦ୍ର ଲାକ୍ରାଙ୍କ ସହ ୩ ଓଡ଼ିଆ

ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚ ୨୩ ତାରିଖରୁ ମାଲେସିଆର ଇପୋଠାରେ ଆରମ୍ଭ ହେବ ସୁଲତାନ ଆଜଲାନ୍ ଶାହା ହକି ଟୁର୍ଣ୍ଣାମେଣ୍ଟ । ଏଥିରେ ଭାଗ ନେବାକୁ ଏକ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଦଳରେ ତିନି ଜଣ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଏବଂ ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି । ମନପ୍ରୀତ ସିଂହ ଦଳର ଅଧିନାୟକ ଅଛନ୍ତି ।
ଏହି ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ଆୟୋଜକ ମାଲେସିଆ, କାନାଡ଼ା, କୋରିଆ, ଦକ୍ଷିଣ ଆଫ୍ରିକା ଏବଂ ଜାପାନ ଅଂଶଗ୍ରହଣ କରୁଛନ୍ତି । ମାର୍ଚ୍ଚ ୩୦ ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଭାରତୀୟ ଦଳ ୧୮ ତାରିଖରେ ମାଲେସିୟା ଯାତ୍ରା କରିବ । ଦଳ ଗଠନକୁ ନେଇ ଅଧିନାୟକ ମନପ୍ରୀତ ଖୁସି ଅଛନ୍ତି । ଯଦିଓ ଏହା ଏକ ଯୁବ ଦଳ ତଥାପି ସମସ୍ତେ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି ସେ କହିଛନ୍ତି ।