ଦୀପାବଳି ପାଳିବା ପାଇଁ ‘ଇଣ୍ଡିଆନ୍‌ ଆଇଡଲ୍‌’ରେ ଏହି ପ୍ରତିଯୋଗୀଙ୍କୁ ୧ଲକ୍ଷ ଟଙ୍କା ଦେଲେ ନେହା କକ୍କର

ବଲିଉଡ୍ ରେ ଇମୋସ୍ନାଲ୍ ଗାୟିକା ଭାବେ ପରିଚିତ ନେହା କକ୍କର ଅନ୍ୟର ଦୁଃଖକୁ ଆଦୌ ଦେଖି ପାରନ୍ତିନାହିଁ। ଏମିତିକି ଇମୋସ୍ନାଲ୍ ଗୀତ ଶୁଣିଲେ ବି ତାଙ୍କ ଆଖିରୁ ଲୁହ ଝରିଯାଏ। ଏପରିକି ‘ଇଣ୍ଡିଆନ୍ ଆଇଡଲ୍ ’ ସୋ’ ରେ ଅନେକ ଥର କାନ୍ଦି ସାରିଛନ୍ତି। ସେଥିପାଇଁ କେହି କେହି ତାଙ୍କୁ କାନ୍ଦୁରୀ ନେହା କହନ୍ତି। ଏମିତି କିଛି ଘଟଣା ‘ଇଣ୍ଡିଆନ୍ ଆଇଡଲ୍ ୧୧’ରେ ମଧ୍ୟ ଦେଖିବାକୁ ମିଳିଛି।

ଏଥରେ ଆସିଥିବା ଜଣେ ପ୍ରତିଯୋଗୀ ଦିବସଙ୍କ ସଂଘର୍ଷର କାହାଣୀ ଶୁଣିବା ପରେ ନେହା ଭାବବିହ୍ୱଳ ହୋଇ ତାଙ୍କୁ ୧ ଲକ୍ଷ ଟଙ୍କା ଦେଇ ଘରକୁ ଯାଇ ପରିବାର ଲୋକଙ୍କ ସହିତ ଦୀପାବଳି ପାଳିବାକୁ କହିଥିଲେ। ଏହି ପ୍ରତିଯୋଗୀ ଜଣଙ୍କ ହେଉଛନ୍ତି ଝାଡ଼ଖଣ୍ଡର ଦିବସ। ଏହାର ଏକ ଭିଡିଓ ମଧ୍ୟ ସୋଶାଲ୍ ମିଡିଆରେ ଦେଖିବାକୁ ମିଳିଛି।

neha 1ଏଥିରେ ଜଜ୍ ମାନେ ତାଙ୍କୁ ଦୀପାବଳି କିପରି ପାଳନ କରୁଛ ବୋଲି ପ୍ରଶ୍ନ କରିଛନ୍ତି। ଏହା ଶୁଣି ଦିବସଙ୍କ ଆଖି ଜକେଇ ଯାଇଥିଲା। ଦିବସ କହିଥିଲେ ଯେ ସେ ୬ ବର୍ଷ ହେଲାଣି ଘରଠାରୁ ଦୂରରେ ରହୁଛନ୍ତି। ସେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ ଓ କେବଳ ବାଣ ଫୁଟିବାର ଶବ୍ଦ ଶୁଣୁଥିଲେ।ଏହା ଶୁଣିବା ପରେ ତିନି ଜଣ ଯାକ ଜଜ୍ ନିରବ ହୋଇଯାଇଥିଲେ। ତା’ପରେ ନେହା ତାଙ୍କୁ ଘରକୁ ଯାଇ ପରିବାର ଲୋକଙ୍କ ସହିତ ଦୀପାବଳି ପାଳିବାକୁ କହିଥିଲେ। ଏହା ସହିତ ସେ ତାଙ୍କୁ ୧ ଲକ୍ଷ ଟଙ୍କାର ଦୀପାବଳି ଉପହାର ଦେଇଥିଲେ। ସେହି ଟଙ୍କାରେ ପରିବାର ଲୋକଙ୍କ ପାଇଁ ଉପହାର ନେଇ ଯିବା ପାଇଁ ସେ ଦିବସଙ୍କୁ କହିଥିଲେ। ବିମାନରେ ଘରକୁ ଯାଇ ଦୀପାବଳି ପାଳି ଫେରି ଆସିବାକୁ ସେ ତାଙ୍କୁ କହିଥିଲେ। ଏଥିପାଇଁ ଦିବସ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

https://www.instagram.com/tv/B4E44cUFbBB/?utm_source=ig_web_copy_link

ଏହାସହ ପଢନ୍ତୁ: ଟ୍ରାଫିକ୍‌ ଜାମରେ ଫସିଲେ ଶାହାରୁଖ୍‌ ଖାନ୍‌, କହିଲେ ଯାହାହେଲେ ବି ଦିଲ୍ଲୀ ଆମର

ରିପୋର୍ଟ ଅନୁଯାୟୀ ଝାଡଖଣ୍ଡର ଦିବସ ଇଣ୍ଡିଆନ୍ ଆଇଡଲ୍‌ରେ ଖୁବ୍ ଭଳ ଗୀତ ଗାଉଛନ୍ତି। ଏଥିସହ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ମଧ୍ୟ ତାଙ୍କର ଫ୍ୟାନ ହେବା ସହ ଟ୍ଵିଟ୍ କରି ତାଙ୍କ ଦକ୍ଷତାକୁ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.