ଜଗତସିଂହପୁର ବଡ଼ପାଟଣା ଗାଁରେ ଅଘଟଣା, ଜମିଜମା ବିବାଦରୁ ଜଣଙ୍କୁ ଆକ୍ରମଣ କରି ହତ୍ୟା

ଜଗତସିଂହପୁର: ଜମିଜମା ବିବାଦରୁ ଜଣଙ୍କୁ ଆକ୍ରମଣ କରି ହତ୍ୟା। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ବଡ଼ପାଟଣା ଗାଁରେ ଘଟିଥି ଅଭାବନୀୟ ଘଟଣା। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଇନ୍ଦ୍ରମଣି ନାମକ ବ୍ୟକ୍ତି ତାଙ୍କ ଘର ଆଗରେ ବସିଥିବା ବେଳେ ଗାଁର ଲିପୁ ସେଠୀ ଓ ତାଙ୍କ ବାପା ଭାଇଙ୍କ ସହ ସେଠାରେ ପହଞ୍ଚିଥିଲେ। ପୂର୍ବରୁ ଉଭୟଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ଥିବା ବେଳେ କାଲି ପୁଣି ପାଟିତୁଣ୍ଡ ହୋଇଥିଲା। ଏଥିରେ ଲିପୁ ଓ ତାଙ୍କ ପରିବାରବର୍ଗ ଠେଙ୍ଗାରେ ଇନ୍ଦ୍ରମଣିଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଇନ୍ଦ୍ରମଣିଙ୍କର ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣକାରୀଙ୍କୁ ଅଟକାଇବାକୁ ଯାଇ ତାଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି। ଏନେଇ ରଘୁନାଥପୁର ଥାନାରେ ଏତଲା ହେବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତ ଲିପୁ ଓ ତାର ଭାଇକୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.