ଫିଲ୍ମ ଷ୍ଟାଇଲରେ : ବିଚ୍ ରାସ୍ତା ଓ ଟ୍ରାଫିକ୍ ଜାମ୍ ସମୟରେ ମୁକେଶ ଅମ୍ବାନି ଦେଇଥିଲେ ନୀତାଙ୍କୁ ବିବାହ ପ୍ରସ୍ତାବ

ମୁମ୍ବାଇ : ଭାରତର ସବୁଠୁ ଧନୀ ବିଜନେସମ୍ଯାନ ମୁକେଶ ଅମ୍ବାନୀ ପ୍ରାୟତଃ ମିଡ଼ିଆରେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ନିଜର ପ୍ରଫେଶନଲ ଲାଇଫ କୁ ନେଇ ତ କେତେବେଳେ ନିଜର ପର୍ସନଲ ଲାଇଫକୁ ନେଇ। ନିକଟରେ ମୁକେଶ ଅମ୍ବାନୀ ବର୍ତ୍ତମାନ ନିଜର ଝିଅ ଈଶାଙ୍କ ବାହାଘରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତେବେ ଜଣେ ବିଶିଷ୍ଟ ଉଦ୍ଯୋଗପତିଙ୍କ ଛଡ଼ା ମୁକେଶ ଜଣେ ଶ୍ରେଷ୍ଠ ପିତା ଏବଂ ସ୍ବାମୀ ମଧ୍ୟ। ଏଣୁ ଆଜି ଆମେ ଆପଣଙ୍କୁ ମୁକେଶ ଅମ୍ବାନୀଙ୍କର ଲଭ ଷ୍ଟୋରିର କିଛି ଅଜଣା କଥା କହିବାକୁ ଯାଉଛୁ ।

mukesh-ambani

ସେହି ସମୟରେ ନିତାଙ୍କର ବାପା ବିରଲା ଗ୍ରୁପରେ କାମ କରୁଥିଲେ ଏବଂ ସେହି ସମୟରେ ବିରଲା ନିବାସରେ ଏକ କାର୍ଯ୍ୟକ୍ରମ ରଖା ଯାଇଥିଲା, ଯେଉଁଠି ୨୦ ବର୍ଷର ନିତା ଭାରତନାଟ୍ୟମ କରୁଥିଲେ । ସେଠିଥିବା ମୁକେଶଙ୍କର ପିତା ପୂରାପୂରି ନିତାଙ୍କ ଦ୍ଵାରା ପ୍ରଭାବିତ ହୋଇ ଯାଇଥିଲେ । ନିତାଙ୍କର ଡାନ୍ସ ଦେଖି ମୁକେଶଙ୍କ ପିତା ଧୀରୁଭାଇ ମନରେ ମନରେ ତାଙ୍କୁ ବୋହୁ କରିନେଇଥିଲେ।

nita and mukesh

ବୋହୁ କରିବା ପାଇଁ ଧିରୁଭାଇ ଯେତେବେଳେ ନୀତାଙ୍କୁ ଫୋନ କରିଥିଳେ ହଠାତ୍ ସେ ବିଶ୍ବାସ କରିପାରିନଥିଲେ। ନିତା, ଧୀରୁଭାଇଙ୍କର ଫୋନ ପ୍ରଥମ ଥର କାଟିଦେଲେ ତାହା ପରେ ସେ ପୁଣି ଥରେ ଫୋନ କରିଲେ ଏବଂ କହିଲେ କି ମୁଁ ଧୀରୁଭାଇ କହୁଥିଲି । ନିତା ରାଗି ଯାଇ କହିଲେ କି ଯଦି ଆପଣ ଧୀରୁଭାଇ କହୁଛନ୍ତି ତେବେ ମୁଁ ଏଲିଜାବେଥ ଟେଲର କହୁଛି । ତାହାପରେ ଧିରୁଭାଇ ତାଙ୍କୁ କଥା ହେବା ପାଇଁ ଘରକୁ ଡ଼ାକିଥିଲେ।

mukesh

କିପରି କରିଥିଲେ ମୁକେଶ –ନୀତାଙ୍କୁ ପ୍ରପୋଜ୍

ଥରେ ମୁକେଶ ଅମ୍ବାନୀ ଏବଂ ନିତା ଅମ୍ବାନୀ ଏକାଠି କାରରେ ଯାଉଥିଲେ। ଏହି ସମୟରେ ଟ୍ରାଫିକରେ ରେଡ ଲାଇଟ ହୋଇଗଲା, ସେହି ସମୟରେ ମୁକେଶ କାରରୁ ବାହାରି ନିତାଙ୍କୁ ପ୍ରୋପଜ କରି ତାଙ୍କୁ I LOVE YOU କହିଥିଲେ। ଏତିକି ନୁହେଁ ଯେତେବେଳେ ଗ୍ରୀନ ଲାଇଟ ହେଲା ନିତା ତାଙ୍କୁ ଯିବା ପାଇଁ କହିଥିଲେ। କିନ୍ତୁ ସେ କହିଲେ, ଯେ ପର୍ଯ୍ଯନ୍ତ ତୁମେ ହଁ ନ କହିଛ ସେତେ ପର୍ଯ୍ଯନ୍ତ ମୁଁ ଏଠୁ ଯିବି ନାହିଁ । ଏହା ପରେ ନିତା ହଁ  କହିବା ସହ ତାଙ୍କୁ ବିବାହ କରିବା ପାଇଁ ସ୍ୱୀକୃତି ଦେଇଥିଲେ।