santro ରୁ ଆରମ୍ଭ କରି Marrazzo ପର୍ଯ୍ୟନ୍ତ ଜାଣନ୍ତୁ ୨୦୧୮ରେ ଲଞ୍ଚ କରିଥିବା ଶ୍ରେଷ୍ଠ ଦମଦାର୍ କାର୍

କିଛି ଦିନରେ ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ ୨୦୧୯ ମସିହା। ଦେଖିବାକୁ ଗଲେ ଚଳିତବର୍ଷ ଅଟୋମୋବାଇଲ ଇଣ୍ଡଷ୍ଟ୍ରି ଖୁବ୍ ଆଲୋଚନା ଜନକ ରହିଛି। ଏନେଇ ଭାରତ ବଜାରରେ ଲଞ୍ଚ କରିଥିବା ୫ଟି ଦମଦାର କାର ମାନଙ୍କ ବିଷୟରେ ଆମେ ଆଜି କହିବାକୁ ଯାଉଛୁ। ଏହି ତାଲିକାରେ ସାମିଲ ହୋଇଛି Hyundai Santroରୁ ଆରମ୍ଭ କରି MPB Mahindra Marazzo ପର୍ଯ୍ଯନ୍ତ କାର ରହିଛି ସାମିଲ୍।

Mariti Suzuki Swift
୨୦୧୮ ମସିହାର ଲଞ୍ଚ ହୋଇଥିବା କାର ମାନଙ୍କ ମଧ୍ୟରେ ସବୁଠାରୁ ଦମାଦାର କାର ରହିଛି ନୂଆ Mariti Suzuki Swift। ଏହା ସର୍ବାଧିକ ବିକ୍ରି ହେବା ସହ ଏଥିରେ ରହିଥିଲା କିଛି ଖାସ ଫିଚର ଯାହା ଗ୍ରାହକଙ୍କୁ ଅଧିକ ଆକର୍ଷିତ କରିଥିଲା। ଏହାକୁ ପୁରୁଣା ମଡ଼େଲ ଅପେକ୍ଷା ଅଧିକ ଷ୍ଟାଇଲିସ ଏବଂ ଆକର୍ଷଣୀୟ ଫିଚର ସହ ଲଞ୍ଚ କରାଯାଇଥିବା ବେଳେ ଏହାର ମୂଲ୍ୟ ଅଧିକ ରହିଥିଲା। ଏହି କାରରେ ପ୍ରୋଜେକ୍ଟ କଟ ଆଲଏ, ଆପଲ କାରପ୍ଳେ, LED DRLs ଏବଂ ଫ୍ରଣ୍ଟ ସିଟବେଲ୍ଟ ରିମାଇଣ୍ଡର ଆଦି ଫିଚର ଦିଆଯାଇଥିଲା।

Hyundai Santro
ଚଳିତ ବର୍ଷ ଭାରତ ବଜାରରେ ପୁନଃ ପ୍ରବେଶ କରିଛି Hyundai Santro । ଏଥିରେ ମହର୍ଣ୍ଣ ଫିଚର ଦିଆଯାଇଥିବା ବେଳେ ଏହାକୁ ଖୁବ ପସନ୍ଦ କରୁଛନ୍ତି ଗ୍ରାହକ। ଏହି କାରରେ ୫ ସ୍ପିଡ଼ ମେନୁଆଲ ଏବଂ ୫ ସ୍ପିଡ଼ ଏଏମଟଇ ଗିୟରବକ୍ସ ଦିଆଯାଇଛି। ଏଥିରେ ପାୱାର ୬୯ବିଏଚପି ଥିବା ୧.୧ ଲିଟର ଏବଂ ୪ସିଲିଣ୍ଡର ବିଶିଷ୍ଟ ଇଞ୍ଜିନ ମଧ୍ୟ ଦିଆଯାଇଛି।
Ford Freestyle
Ford India ଲାଇନଅପରେ ସବୁଠାରୁ ଲାଟେଷ୍ଟ ମଡ଼େଲ ହେଉଛି ନୂଆ କାର। କାରରେ ରିଭର୍ସ ପାକିଂ ସେନ୍ସର, ଡ଼ୁଆଲ ଏୟାରବ୍ୟାଗ୍ ଏବଂ ଡ୍ରାସବୋର୍ଡ଼ରେ ଟଚସ୍କ୍ରିନ୍ ଇଫୋଟେଣ୍ଟମେଣ୍ଟ ସିଷ୍ଟମ ଦିଆାଯାଇଛି। ଏହାଛଡ଼ା କାରରେ ୫ ଗିୟରବକ୍ସ ସିଷ୍ଟମ ରହିଥିବା ବେଳେ ୧.୫ଲିଟର ପେଟ୍ରୋଲ ଇଞ୍ଜିନ ଦିଆଯାଇଛି।
Mahindra Marazzo
ଏହି ଘରୋଇ କମ୍ପାନି କାରରେ ସବୁଠାରୁ ଭଲ ଏହାର ସେପ୍ଟି ଫିଚର ରହିଛି। ଏଥିରେ ଏମପିଭିରେ ୭ଇଞ୍ଚ ଟଚସ୍କ୍ରିନ୍ ଇଫୋଟେଣ୍ଟମେଣ୍ଟ ସିଷ୍ଟମ ସହ ଆପଲ କାରପ୍ଳେ ସିଷ୍ଟମ ମଧ୍ୟ ହୋଇଛି। ଷ୍ଟାଣ୍ଡାଡ଼ ସେପ୍ଟି ଫିଚରରେ ଏଥିରେ ଡ଼ୁଆଲ ଏୟାରବ୍ୟାଗ୍ସ, ଏବିଏଏସ୍ ଏବଂ ଇବିଡ଼ି ଆଦି ଦିଆଯାଇଛି। ତେବେ କମ୍ପାନି ଏହାକୁ ୬ଟି ମାନୁଆଲ ଗିଅରବକ୍ସ ସହ ଲଞ୍ଚ କରିଥିଲା।

Volvo XC40
ସ୍ବୀଡ଼ିସ କାର ର୍ନିମାତା କମ୍ପାନି ଭାରତୀୟ ଲାଇନ ଆପରେ ଚଳିତ ବର୍ଷ କାର ଲଞ୍ଚ କରିଥିଲା। ଏହାର ଲୁକକୁ ଷ୍ଟାଇଲିସ କରାଯିବା ସହ ଏହାର ଇଣ୍ଟିରିୟରକୁ ମଧ୍ୟ ଆକର୍ଷଣୀୟ କରାଯାଇଥିଲା। ୯ଇଞ୍ଚର ସେନ୍ସର ସିଷ୍ଟମ ରହିଥିବା ବେଳେ ଟ୍ବିନ ଟର୍ବି ଡ଼ିଜେଲ ଇଞ୍ଜିନ ଦିଆଯାଇଥିଲା।