Below header

ରିଲିଜ ହେଲା ଗୁରୁ ଏବଂ ନୋରାଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡିଓ ‘ନଚ୍‌ ମେରୀ ରାନୀ’, ନୋରାଙ୍କୁ ଟକ୍କର ଦେଉଛନ୍ତି ଗୁରୁ

ବହୁଦିନରୁ ନୋରା ଏବଂ ଗୁରୁଙ୍କ ମ୍ୟୁଜିକ ଭିଡିଓକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଥିଲା। ଦର୍ଶକଙ୍କର ପ୍ରତୀକ୍ଷାର ଅନ୍ତ ଘଟାଇ ମ୍ୟୁଜିକ ଭିଡିଓ ‘ନଚ୍‌ ମେରୀ ରାନୀ’ ରିଲିଜ ହୋଇଛି। ଏଥିରେ ନୋରା ଏବଂ ଗୁରୁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି। ତେବେ ପ୍ରଥମ ଥର ପାଇଁ ନୋରା ଏବଂ ଗୁରୁଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି।

ନୋରା ତ ସବୁବେଳେ ନିଜର ଡ୍ୟାନ୍ସକୁ ନେଇ ଚର୍ଚ୍ଚାରେ ଥାନ୍ତି କିନ୍ତୁ ଏଥର ଗୁରୁଙ୍କ ଡ୍ୟାନ୍ସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଗୀତ ୟୁଟ୍ୟୁବରେ ରିଲିଜ ହୋଇଛନ୍ତି। ଆଉ ଗୀତଟି ରିଲିଜ ହେବା ପରେ ଦର୍ଶକେ ବେଶ ପସନ୍ଦ କରିଛନ୍ତି। ପୂର୍ବରୁ ଗୁରୁ ଏବଂ ନୋରାଙ୍କ ରିହରସଲ ଭିଡିଓ ଭାଇରଲ ହୋଇଥିଲା। ପୂର୍ବରୁ ପିଙ୍କଭିଲ୍ଲାର ଏକ୍ସକ୍ଲୁସିଭ୍ ବିଟିଏସ୍ ଭିଡିଓରେ, ନୋରା ଏବଂ ଗୁରୁଙ୍କ କୁଲ୍ ଏବଂ ସ୍ମଥ ମୁଭ୍ ଦେଖିବାକୁ ମିଳିଥିଲା। ‘ନଚ ମେରୀ ରାନୀ’ ଗୀତକୁ କମ୍ପୋଜ ଏବଂ ଲେଖିଛନ୍ତି ତନିସ୍କ ବାଗ୍‌ଚୀ ଏବଂ ଗୀତକୁ ଗୁରୁ ରନ୍ଧଓ୍ଵା ଏବଂ ନିକିତା ଗାନ୍ଧୀ ଗାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.