ଏହି ଫିଲ୍ମରେ କଣ୍ଡୋମ ଚାଟୁଥିବା ନଜର ଆସିଥିଲେ ରାଜକୁମାର ରାଓ, କିନ୍ତୁ ସିନଟିକୁ ଡିଲିଟ କରିଦେଇଥିଲା ସେନ୍ସର ବୋର୍ଡ

2016 ରେ ରାଜକୁମାର ରାଓଙ୍କ ଚଳଚ୍ଚିତ୍ର ‘ଟ୍ରାପ୍ଡ’ରେ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ଏହି ଚଳଚ୍ଚିତ୍ରଟି ହେଉଛି କଲ୍ ସେଣ୍ଟରରେ କାମ କରୁଥିବା ଜଣେ ଯୁବକ, ଯିଏ ଖାଦ୍ୟ, ଜଳ ଏବଂ ବିଦ୍ୟୁତ୍ ବିନା ଅନେକ ଦିନ ଫ୍ଲାଟରେ ଅଟକି ରହିଛି । ନିକଟରେ ଫିଲ୍ମର ନିର୍ଦ୍ଦେଶକ ବିକ୍ରମାଦିତ୍ୟ ମୋଟୱାନୀ ଫିଲ୍ମ ସହ ଜଡିତ ଏକ ଫଟୋ ସେୟାର କରିଛନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଏହି ଫଟୋରେ ରାଜକୁମାର ରାଓ କଣ୍ଡୋମ ଚାଟିଥିବା ନଜର ଆସିଛନ୍ତି । ଏଥିସହ ମୋଟୱାନି ମଧ୍ୟ ତାଙ୍କ ଫିଲ୍ମରୁ ଏହି ଦୃଶ୍ୟକୁ ହଟାଇବାକୁ ପଡିବ ବୋଲି ସ୍ପଷ୍ଟ କରିଛନ୍ତି ।


ଫଟୋ ସେୟାର କରିବାସହିତ ବିକ୍ରମଦିତ୍ୟ ମୋଟୱାନୀ କହିଛନ୍ତି ଯେ ରାଜକୁମାର ‘ଟ୍ରାପ୍ଡ’ ର ଡିଲିଟ୍ ହୋଇଥିବା ଦୃଶ୍ୟରେ କଣ୍ଡୋମ ପାଇଛନ୍ତି । ମୋଟୱାନି ଲେଖିଛନ୍ତି, ‘ ସେନ୍ସର ବୋର୍ଡ ଆମକୁ ଏହି ସିଂ ଡିଲିଟ କରିବାକୁ କହିଥିଲା ଯେତେବେଳେ ଯେତେବେଳେ ମୁଁ ପଚାରିଲି କାହିଁକି? ସେମାନେ କହିଥିଲେ ଏଥିରେ ସେ କଣ୍ଡୋମକୁ ଚାଟୁଛି । ଏହାର ଉତ୍ତରରେ ମୁଁ କହିଥିଲି କାରଣ ସେ ଦୀର୍ଘ ସମୟ ଧରି ଖାଇବା ପିଇବା ପାଇଁ କିଛି ପାଇ ନାହାଁନ୍ତି ଏବଂ ସେହି କଣ୍ଡୋମଟି ଷ୍ଟ୍ରବେରି ଫ୍ଲେବରର ଅଟେ । ସେମାନେ ଏହା ବୁଝିପାରିଲେ ନାହିଁ ଏବଂ ମୋତେ ଏହାକୁ ଡିଲିଟ କରିବାକୁ ପଡିଲା। ତେବେ ରାଜକୁମାର ରାଓଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭୟଙ୍କର ଭାବେ ଭାଇରାଲ ହେବାରେ ଲାଗିଛି । ସୂଚନାଯୋଗ୍ୟ ଯେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସେତେ ହିତ ନହୋଇ ପାରିଥିଲେ ମଧ୍ୟ କ୍ରିଟିକ୍ସ ମାନଙ୍କଠାରୁ ବଢିଆ ରେସ୍ପନ୍ସ ମିଳିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.