ଫିଲ୍ମ ‘ଓମ୍: ଦ ବ୍ୟାଟେଲ ଉଇଦିନ୍’ର ଫାଷ୍ଟଲୁକ୍ ଜାରି, ଆକ୍ସନ ମୁଡରେ ନଜର ଆସିଲେ ଆଦିତ୍ୟ ରାୟ କପୁର

ବଲିଉଡ ଅଭିନେତା ଆଦିତ୍ୟ ରାୟ କପୁରଙ୍କ ଫିଲ୍ମ ‘ଓମ୍: ଦ ବ୍ୟାଟେଲ ଉଇଦିନ୍’ର ଫାଷ୍ଟଲୁକ୍ ଜାରି ହୋଇଛି। ଆଦିତ୍ୟ ନିଜ ଇନଷ୍ଟାଗ୍ରାମରେ ଅପକମିଙ୍ଗ ଫିଲ୍ମର ଫାଷ୍ଟଲୁକ୍ ସେୟାର କରିଛନ୍ତି। ଫାଷ୍ଟଲୁକ୍ ସେୟାର କରି ଆଦିତ୍ୟ ଲେଖିଛନ୍ତି ‘ଲଢ଼େଇର ସାହସକୁ ବଞ୍ଚାଇ ରଖିବା ପାଇଁ ଏକ ଲଢ଼େଇ’। ଏଥିରେ ଆଦିତ୍ୟ ପୂରାପୂରି ଅଲଗା ଲୁକରେ ନଜର ଆସିଛନ୍ତି।

 

View this post on Instagram

 

A post shared by @adityaroykapur

ପୋଷ୍ଟରରେ ଆଦିତ୍ୟ ଅସ୍ତ୍ରଶସ୍ତ୍ର ଧରିଥିବା ଦେଖିବାକୁ ମିଳିଛନ୍ତି। ତାଙ୍କ ମୁହଁରେ ମଧ୍ୟ ପ୍ରବଳ ରାଗ ଥିବା ନଜର ଆସିଛି। ଏହା ‘ୱାର’ ଫିଲ୍ମର ହ୍ରିତିକ ରୋଶନଙ୍କ ଲୁକ୍ ସହ ମିଶୁଛି। ଏହି ଫିଲ୍ମରେ ଆଦିତ୍ୟଙ୍କ ସହ ଫିମେଲ ଲିଡରେ ସଂଜନା ସାଙ୍ଘି ନଜର ଆସିବେ। ଦିନକ ପୂର୍ବରୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ଫିଲ୍ମର ସୁଟିଂ ନେଇ ଉଭୟ ଆଦିତ୍ୟ ଓ ସଂଜନା ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।

 

View this post on Instagram

 

A post shared by Sanjana Sanghi (@sanjanasanghi96)

ସୁଟିଂ ଆରମ୍ଭ କରିବା ପୂର୍ବରୁ ଫିଲ୍ମ ‘ଓମ୍’ର ପୂରା ଟିମ୍ ଏକାଠି କେକ୍ କାଟିଥିଲେ। ଏହାର ଫଟୋ ସେୟାର କରି ସଂଜନା ଲେଖିଛନ୍ତି “ଆମ ସୁନ୍ଦର ଯାତ୍ରା ଆରମ୍ଭ ହେଲା। ପ୍ରଥମ ଦିନ ଆଦିତ୍ୟ କପୁରଙ୍କ ସହ।” ଏଥିସହ ସେ କହିଛନ୍ତି ଯେ ୨୦୨୧ ଖରାଦିନେ ଫିଲ୍ମଟି ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.