Below header

ରାଜୀବଙ୍କ ମୃତ୍ୟୁରେ ହତବାକ ହୋଇପଡିଛନ୍ତି ଏହି ପାକିସ୍ତାନୀ ଅଭିନେତ୍ରୀ, ଏମିତି ଦେଲେ ପ୍ରତିକ୍ରିୟା

ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ରାଜୀବ କପୁର ହୃଦଘାତରେ ମଙ୍ଗଳବାର ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ରାଜୀବଙ୍କ ମୃତ୍ୟୁରେ ବଲିଉଡର ବଡ ବଡ ହସ୍ତୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆଉ ଏବେ ଜଣେ ପାକିସ୍ତାନ ଅଭିନେତ୍ରୀ ବି ନିଜ ପ୍ରତିକ୍ରିୟା ରଖିଛନ୍ତି । ପ୍ରକୃତରେ ଅଭିନେତ୍ରୀ ଜେବା ବଅଖ୍ତିୟାର ରାଜୀଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରି ପାରିନାହାନ୍ତି । ଏକ ଖବର ସଂସ୍ଥାକୁ ସାକ୍ଷାତ୍କାର ଦେବା ସମୟରେ କହିଛନ୍ତି, ଏମିତି ଏକ ଖବରକୁ ସେ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଜେବା ଫିଲ୍ମ “ହିନା”ରେ ମୁଖ୍ୟ ଭୂମିକା ନିଭେଇଥିଲେ । ୧୯୯୧ ମସିହାର ଏହି ଫିଲ୍ମ ମାଧ୍ୟମରେ ହିଁ ସିଧାସଳଖ ସମ୍ପର୍କରେ ଆସିଥିଲେ । ଆଉ ଏହି ସମୟରେ ହିଁ ପରସ୍ପର ସହ ସମୟ କାଟିଥିଲେ ଦୁହେଁ । ଆଉ ଏହି ଫିଲ୍ମକୁ ପ୍ରଡ୍ୟୁସ କରିଥିଲେ ରାଜୀବ ।

ରାଜୀବଙ୍କ ସେନ୍ସ ଅଫ ହ୍ୟୁମର ଖୁବ ଭଲ ଥିଲା ବୋଲି କହିଛନ୍ତି ଯେବା । ବର୍ତ୍ତମାନ ସମୟରେ ରାଜୀବଙ୍କ ସହ ସିଧା ସମ୍ପର୍କରେ ନଥିଲେ ମଧ୍ୟ ତାଙ୍କ ବାବଦରେ ବରାବର ରଣନ୍ଧିରଙ୍କୁ ପଚାରି ବୁଝନ୍ତି । ସୂଚନା ଦେବା ଯୋଗ୍ୟକି, ଯେବାଙ୍କୁ ରାଜ କପୁରଙ୍କ ସୃଷ୍ଟି ବୋଲି କୁହାଯାଏ । ୧୯୯୧ ରେ ଋଷିଙ୍କ ସହ “ହିନା”ରେ ଡେବ୍ୟୁ କରିଥିଲେ ହିନା । ତାଙ୍କ ସୌନ୍ଦର୍ଯ୍ୟରେ ରାଜ କପୁର ଏତେ ବିମୋହିତ ହୋଇଯାଇ ଥିଲେଯେ ତାଙ୍କୁ ଫିଲ୍ମ “ହିନା” ପାଇଁ ଅଫର ଦେଇଥିଲେ । କ୍ୟାରିୟରର ପ୍ରଥମ ଫିଲ୍ମରେ ହିଁ ସେ ଋଷିଙ୍କ ବିପକ୍ଷରେ ଅଭିନୟ କରିଥିଲେ । ଏହା ପରେ ଆଉ କିଛି ଫିଲ୍ମରେ ନଜର ଆସିଥିଲେ ବି ହିନା ହିଁ ତାଙ୍କୁ ଅଧିକ ସେଲିବ୍ରିଟି କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.