Below header

ପ୍ରାଇଭେଟ୍ ଭିଡିଓ ଲିକ୍ ହେବା ପରେ ଏପରି ନିଷ୍ପତ୍ତି ନେଲେ ଏହି ପାକିସ୍ତାନୀ ସିଙ୍ଗର, ମୋଦିଙ୍କୁ ଧମକ ଦେଇ ଆସିଥିଲେ ଚର୍ଚ୍ଚାକୁ

ପାକିସ୍ତାନୀ ଗାୟିକା ରବି ପିରଜାଦା ଛାଡିଲେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀ । ସୋସିଆଲ ମିଡିଆରେ ନିଜର ବ୍ଯକ୍ତିଗତ ଫୁଟେଜ୍ ଏବଂ ଭିଡିଓ ଭାଇରାଲ ହେବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ରବି ସେହି ସିଙ୍ଗର ଯିଏ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁଇ ଥର ସୋସିଆଲ ମିଡିଆ ଜରିଆରେ ଧମକ ଦେଇଥିଲେ । ଏଥି ମଧ୍ଯରୁ ଗୋଟିଏରେ ସେ ଏକ ଅଜଗର ସାପ ସହିତ ନଜର ଆସିଥିଲେ । ଅନ୍ଯପଟେ ଆଉ ଥରେ ସେ ଆତ୍ମଘାତୀ ଆତଙ୍କୀ ଭଳି ଜ୍ଯାକେଟ ପିନ୍ଧି ମୋଦିଙ୍କ ବିପକ୍ଷରେ ଅପମାନଜନକ ଭାଷା ବ୍ଯବହାର କରି ଧମକ ଦେଇଥିଲେ ।

ରବି ସୋମବାର ଦିନ ଗୋଟେ ଟ୍ବିଟ୍ କରି ନିଜର ନିଷ୍ପତ୍ତି ବିଷୟରେ ପ୍ରକାଶ କରିଥିଲେ । ଉର୍ଦ୍ଦୁରେ ଦିଆଯାଇଥିବା ଏହି ଟ୍ବିଟରେ ସେ ଲେଖିଥିଲେ କି, ମୁଁ ରବି ପିରଜାଦା ସୋବିଜ୍ କୁ ଛାଡୁଛି । ଅଲ୍ଲାହା ମୋ ପାପକୁ କ୍ଷମା କରନ୍ତୁ ଏବଂ ମୋ ପ୍ରତି ଲୋକଙ୍କ ରାଗକୁ କମ୍ କରାନ୍ତୁ । ଏହା ବ୍ଯତିତ ପାକିସ୍ତାନର ଏକ ପ୍ରମୁଖ ଖବର କାଗଜ ସହିତ ହୋଇଥିବା ସାକ୍ଷାତକାରରେ ମଧ୍ଯ ରବି ନିଜର ନିଷ୍ପତ୍ତି ବିଷୟରେ ଜଣାଇଥିଲେ।

ଅନ୍ଯପଟେ ନିକଟରେ ରବିଙ୍କର ଅଶ୍ଳିଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଟପଲେସ୍ ଅବସ୍ଥାରେ ଡ୍ଯାନ୍ସ କରୁଥିବାର ନଜର ଆସିଥିଲେ । ଏହାପରେ ପାକିସ୍ତାନରେ ତାଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା ଏବଂ ଲୋକଙ୍କ ଦ୍ବାରା ସେ ଟ୍ରୋଲର ଶିକାର ମଧ୍ଯ ହୋଇଥିଲେ । ଏହାପରେ ସେ ଏନେଇ ଫେଡେରାଲ ଇନଭେଷ୍ଟିଗେଟିଙ୍ଗି ଏଜେନ୍ସିରେ ଅଭିଯୋଗ କରିଥିଲେ । ଏହାପରେ ଏହି ଏଜେନ୍ସି ଫେସବୁକ୍ କୁ ଚିଠି ଲେଖି ଭାଇରାଲ କରିଥିବା ବ୍ଯକ୍ତିଙ୍କ ପରିଚୟ ବିଷୟରେ ତଥ୍ଯ ମାଗିଛି ।

ତେବେ ଭିଡିଓ ଲିକ୍ ହେବା ପରେ ସୋସିଆଲ ମିଡିଆରେ ଏହି ଭିଡିଓ ପଛରେ ପାକିସ୍ତାନୀ ସେନା ପ୍ରବକ୍ତା ମେଜର ଜେନେରାଲ ଆସିଫ ଗଫୁରଙ୍କ ହାତ ଥିବା ଚର୍ଚ୍ଚା ହେଉଛି । କିଛି ଦିନ ତଳେ ଆଇଟମ୍ ସଙ୍ଗକୁ ନେଇ ରବି ଏବଂ ଗଫୁରଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଏହି କାରଣରୁ ଗଫୁର ବଦଲା ନେବା ପାଇଁ ଏପରି କରିଥିବା କୁହାଯାଉଥିବାବେଳେ, କିଛି ଲୋକେ ଏହାପଛରେ ରବିଙ୍କର ଏକ୍ସ ବୟଫ୍ରେଣ୍ଡଙ୍କ ହାତ ଥିବା କହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.