ଜାଣନ୍ତୁ ବିଶ୍ୱ ବ୍ରହ୍ମାଣ୍ଡର ୮ ଟି ବିରାଟ ରହସ୍ୟ, ଯାହାକୁ ମଣିଷ ଆଜିବି ଭେଦ କରିପାରିନାହିଁ

କାହିଁ କେଉଁ କାଳରୁ ମଣିଷ ଏହି ବିଶାଳ ବ୍ରହ୍ମାଣ୍ଡ ବିଷୟରେ ବିଭିନ୍ନ ତଥ୍ୟ ଜାଣିବା ପାଇଁ ଚେଷ୍ଟା କରିଆସୁଛି । ଏହା ପାଇଁ ପୃଥିବୀର ବିଶିଷ୍ଟ ବୈଜ୍ଞାନିକ ମାନେ କେତେଯେ ଗବେଷଣା କଲେଣି ତାର କୌଣସି ଠିକଣା ନାହିଁ । ବ୍ରହ୍ମାଣ୍ଡ ସଂବଧୀୟ କେତେ ଗୁଡିଏ ପ୍ରଶ୍ନର ଉତ୍ତର ମିଳିଥିବା ବେଳେ କିଛି ପ୍ରଶ୍ନ ଏବେବି ରହସ୍ୟ ହୋଇ ରହିଛି । ଯାହାକୁ ସବୁଠାରୁ ବୁଦ୍ଧିମାନ ପ୍ରାଣୀ ବୋଲାଉ ଥିବା ମଣିଷ ଭେଦ କରିବାକୁ ସକ୍ଷମ ହୋଇପାରିନାହିଁ । ଆସନ୍ତୁ ବ୍ରମହାଣ୍ଡର କିଛି ରହସ୍ୟ ସମ୍ପର୍କରେ ଆଜି ଜାଣିବା:

୧.ବ୍ରହ୍ମାଣ୍ଡର ସବୁଠୁ ବଡ ରହସ୍ୟ ହେଉଛି ବିଗ ବାଙ୍ଗ ଥିଓରୀ । କାହା କାହା ଅନୁସାରେ ବିଗ ବାଙ୍ଗ ଥିଓରୀ ଆରମ୍ଭ ହେବା ପୂର୍ବରୁ କେବଳ ମାତ୍ର ଅନନ୍ତ ସମୟ ହିଁ ଥିଲା । କିନ୍ତୁ କେହି କେହି ବି ବିଶ୍ୱାସ କରନ୍ତି ବିଗ ବାଙ୍ଗ ପୂର୍ବରୁ ବ୍ରହ୍ମାଣ୍ଡର କିଛି ଅସ୍ତିତ୍ୱ ନଥିଲା ।

universe

୨. ଏକ ରହସ୍ୟ ହେଉଛିକି କଣ ଆମେ ଏହି ବ୍ରହ୍ମାଣ୍ଡରେ ଏକଲା ରହୁଛୁ । କେବଳ ପୃଥିବୀରେ ହିଁ କେବଳ ଜୀବନ ଧାରଣ କରିବା ସମ୍ଭବ ହୋଇଛି । ଏକ ସର୍ବେକ୍ଷଣରୁ ଜଣାଯାଇଛି ଯେ ମିଲ୍କି ଵେ ବା ଆକାଶ ଗଙ୍ଗାରେ ପ୍ରାୟ ପଚାଶ ହଜାର କୋଟି ତାରା ବା ନକ୍ଷତ୍ର ଅଛନ୍ତି । ଏଣୁ ପ୍ରଶ୍ନ ଉଠେ ଏତେ ପରିମାଣରେ ନକ୍ଷତ୍ର ଓ ଗ୍ରହ ଥିବା ବେଳେ କେବଳ ପୃଥିବୀରେ ହିଁ କାହିଁକି ଜୀବନ ଧାରଣ ସମ୍ଭବ ହୋଇପାରିଛି । ଏହା ପଛର ପ୍ରକୃତ କାରଣ କଣ । ଆଜି ବିଜ୍ଞାନ ଏତେ ଆଗକୁ ବାଢ଼ିଥିଲେ ମଧ୍ୟ କାହିଁକି ଅନ୍ୟ କେଉଁ ଗ୍ରହରେ ଜୀବ ମାନଙ୍କର ବଞ୍ଚିବା ସମ୍ଭବ ହୋଇପାରିନାହିଁ । ଯଦି ଅନ୍ୟ ଗ୍ରହରେ ଜୀବ ସତ୍ତା ବଞ୍ଚିବା ସମ୍ଭବ ହୋଇପାରିନାହିଁ ତେବେ ପୃଥିବୀ ଯେତେବେଳେ ଧ୍ଵଂସାବିମୁଖୀ ହେବ ସେତେବେଳେ ପୃଥିବୀରେ ବଞ୍ଚୁଥିବା ପ୍ରାଣୀ ମାନେ କୁଆଡେ ଯିବେ, କଣ କରିବେ । ହୁଏତ ଅନ୍ୟ କୌଣସି ଉପାୟ ନପାଇ ସେମାନେ ନିଶ୍ଚିତ ମୃତ୍ୟୁ ମୁଖରେ ହିଁ ପଡିବେ ।

୩. ସତରେ କଣ ଆପଣ ମାନଙ୍କୁ ଲାଗୁଛିକି ସମଗ୍ର ବ୍ରହ୍ମାଣ୍ଡ କୌଣସି ଏକ ନିର୍ଦ୍ଦିଷ୍ଟ ନୀତି ନିୟମ ଦ୍ୱାରା ହିଁ ଚାଲୁଛି । ଯଦି ଚାଲୁଛି ଏତେ ବଡ ଦୁନିଆକୁ ଚଳାଉଛି କିଏ । କେଉଁ ଅଦୃଶ୍ୟ ଶକ୍ତିର ଏହା ପଛରେ ହାତ ଅଛି ।  କିଏ ଏହି ବିଶାଳ ବ୍ରହ୍ମାଣ୍ଡର ନିୟନ୍ତ୍ରକ । ଯଦି କୌଣସି ଏକ ନିର୍ଦ୍ଦିଷ୍ଟ ନୀତି ନିୟମ ନଥାନ୍ତା ତେବେ କଣ ଏହି ବ୍ରହ୍ମାଣ୍ଡ ଶୃଙ୍ଖଳିତ ଭାବେ ଚାଲିପାରନ୍ତା ।

universe

୪. ଆଉ ଏକ ରହସ୍ୟ ମୟୀ କଥା ହେଉଛି ପୃଥିବୀରେ ଗହୀରରେ କେଉଁ ତତ୍ତ୍ୱ ମହଜୂତ ଅଛି । ଭୂ ବିଜ୍ଞାନୀ ମାନଙ୍କ ଅନୁଯାୟୀ ପୃଥିବୀର ୧୨ କିଲୋମିଟର ଗଭୀରରେ କେବଳ କୋଇଲା ଅଛି । ଏହା ବାଦ କିଛି ଖଣିଜ ପଦାର୍ଥ ମଧ୍ୟ ମହଜୁଦ ଅଛି । କିନ୍ତୁ ୬ ହଜାର କିଲୋମିଟରରୁ ଆହୁରି ଗଭୀର ହେଉଛି ପୃଥିବୀର ସବୁଠୁ ରହସ୍ୟମୟୀ ସ୍ଥାନ । ବୈଜ୍ଞାନିକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି ପୃଥିବୀର ଏତେ ଗଭୀରରେ ଏତେ ଉତ୍ତାପ ଆସୁଛି କେଉଁଠୁ । ଏହା କିପରି ଭାବେ ସେଠାରେ ଏତେ ମାତ୍ରାରେ ଉର୍ଜା ତିଆରି ହୋଇ ପାରୁଛି ।

୫. ବ୍ରହ୍ମାଣ୍ଡରେ ଜୀବନର ଉତ୍ପତ୍ତିର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । କିନ୍ତୁ ଇତିହାସରୁ ଏ ସଂପର୍କରେ କିଛି ତଥ୍ୟ ମିଳିଥିଲେ ମଧ୍ୟ ମନୁଷ୍ୟ ଉତ୍ପତ୍ତିର ପ୍ରକୃତ କାରଣ ଏପର୍ଯ୍ୟନ୍ତ ବାହାରକୁ ଆସିପାରିନାହିଁ ।

୬. ଏ ଦୁନିଆରେ ବହୁ ଘଟଣା ଘଟୁଛି । ଏହା କିପରି ଘଟୁଛି ଓ ଏହାର ଆରମ୍ଭ କିଏ କରିଛି ସେ ସମ୍ପର୍କରେ କିଛି ବି ଜଣା ନାହିଁ । ବେଶୀ ଆଶ୍ଚର୍ଯ୍ୟ ଲାଗେ ପ୍ରାଣୀ ତଥା ଜୀବ ମାନଙ୍କ ବିଷୟରେ । ସେମାନେ ନିଜ ନିଜ ଜୀବନ ଧରଣର ମାନ କେଉଁଠୁ ଶିଖିଲେ । କେଉଁ ଅଦୃଶ୍ୟ ଶକ୍ତି ତାଙ୍କୁ ଦୁନିଆରେ ବଞ୍ଚିବା ଶିଖେଇଲା ଏମିତି ଆହୁରି କେତେ କଣ ।

universe

୭. ବ୍ରହ୍ମାଣ୍ଡର ଆଉ ଏକ ରହସ୍ୟ ହେଉଛି ଶରୀର ଉପରେ ମନର ନିୟନ୍ତ୍ରଣ । ବିଶେଷଜ୍ଞ ମାନଙ୍କ ଅନୁଯାୟୀ ଆମେ ନିଜ ମସ୍ତିଷ୍କର କେବଳ ୧୦ ପ୍ରତିଶତ ହିଁ ଉପଯୋଗ କରିଥାଉ । କାହିଁକି ଆଉ ବାକି ୯୦ ପ୍ରତିଶତକୁ ଉପଯୋଗ କରାଯାଇପାରୁନାହିଁ ସେ ଏକ ବିରାଟ ପ୍ରଶ୍ନ ହୋଇ ହିଁ ରହିଛି । ଏହାକୁ କିପରି ଉପଯୋଗ କରାଯିବ ଏ ସମ୍ପର୍କରେ ହୁଏତ କେହି ମଧ୍ୟ କହି ପାରିବେ ନାହିଁ ।

ଏହା ସହ ପଢନ୍ତୁ: ଜାଣନ୍ତୁ କେଉଁଠାରେ ଅବସ୍ଥିତ ଭାରତର ପ୍ରମୁଖ ୧୨ଟି ଜ୍ୟୋତିର୍ଲିଙ୍ଗ

୮. ଆମେ ଜାଣୁ ଯେ ପୃଥିବୀର କୋଟି କୋଟି ଲୋକ ଭିନ୍ନ ଭିନ୍ନ ଭାଷା କହିଥାନ୍ତି । ଏ ଦୁନିଆରେ ଏତେ ମାତ୍ରାରେ କଥିତ ଭାଷା ଅଛି ଯେ ଯାହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିବା ହୁଏତ ଏତେଟା ସହଜ ନୁହେଁ । କିନ୍ତୁ ସବୁଠୁ ବିସ୍ମୟକର ହେଉଛି ଏତେ ମାତ୍ରାରେ ମୌଖିକ ଭାଷାର ଉତ୍ପତ୍ତି ହେଲା କେମିତି | କେଉଁ ଆଧାରରେ ଏ ଭାଷା ଗୁଡିକର ସୃଷ୍ଟି ହୋଇଥିଲା । କଣ ମଣିଷ ନିଜ ବୁଦ୍ଧିରୁ ହିଁ ଏହି ଭାଷାର ସୃଷ୍ଟି କରିଥିଲା, ନା ଅନ୍ୟକୌଣସି ସ୍ରୋତରୁ ଭାଷାର ଉତ୍ପତ୍ତି ହୋଇଥିଲା ।

ଆମ ମାନଙ୍କ ଧାରଣା ଅଛିକି ଆମେ ଏଯାବତ ଖୁବ ବିକାଶ କରି ସାରିଛୁ । କିନ୍ତୁ ପ୍ରକୃତରେ ତାହା ବାସ୍ତବ ନୁହେଁ । ଏବେ ମଧ୍ୟ ବ୍ରହ୍ମଣ୍ଡର ବହୁ କଥା ଏବେ ମଧ୍ୟ ଏକ ପ୍ରକାର ରହସ୍ୟ ଘେରରେ ହିଁ ରହିଛି । ଅନ୍ୟ ପକ୍ଷରେ କହିବାକୁ ଗଲେ ଏହା କୌଣସି ଆଈମା କାହାଣୀ ଠାରୁ କମ ନୁହେଁ । ଏମିତିକି କହିବାକୁ ଗଲେ ପୃଥିବୀ ରହସ୍ୟର ମାତ୍ର ୧୦ ପ୍ରତିଶତ ବି ମନୁଷ୍ୟ ଭେଦ କରିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.