ମାତ୍ର ୧୦ ଲକ୍ଷ ଟଙ୍କା ନେଇ ଏହି ପପୁଲାର ପ୍ରତିଯୋଗୀ ବିଗବସ୍‌୧୩ ଫିନାଲେରୁ ହେଲେ ଆଉଟ୍‌, ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଗବସ୍‌ ୧୩ ଯେଉଁଠି ଫିନାଲେ ଆଡକୁ ପହଁଚିସାରିଛି, ସେଇଠି ବିବି ହାଉସରେ ରହିଥିବା ସଦସ୍ୟଙ୍କୁ ନେଇ ଏବେ ଏକ ବଡ ଖବର ସାମ୍ନାକୁ ଆସିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଫିନାଲେର ଏହି ସପ୍ତାହରେ ଯେଉଁଠି ମିଡ୍‌ ଓ୍ଵିକ୍‌ ଏଭିକସନରେ ମାହିରା ଶର୍ମାଙ୍କୁ ମଧ୍ୟରାତ୍ରିରେ ଘରୁ ବାହାର କରିଦିଆଯାଇଛି। ସେହିପରି ଏବେ କେବଳ ବିଗବସ୍‌ ହାଉସରେ ୫ ପତିଯୋଗୀ ଟ୍ରଫି ଉପରେ ନିଜ ହକ୍‌ ଜମାଉଛନ୍ତି। କିନ୍ତୁ ଏବେ ଏକ ଖବର ଅନୁଯାୟୀ ଶୋରୁ ଜଣେ ଦମଦାର ପ୍ରତିଯୋଗୀ ୧୦ ଲକ୍ଷ ଟଙ୍କାନେଇ ଫିନାଲେର ଏହି ରେସରୁ ବାହାର ହୋଇଯାଇଛନ୍ତି।

parasaଏହି ପ୍ରତିଯୋଗୀ ଆଉ କେହି ନୁହଁନ୍ତି ବରଂ ପାରସ ଛାବ୍ରା। ଯିଏ କି ୧୦ ଲକ୍ଷ ଟଙ୍କା ନେଇ ବିଗବସ ଘରୁ ଅଲବିଦା ନେଇଛନ୍ତି। ଏହି କଥାର ପ୍ରୁଷ୍ଠି ଟ୍ରେଣ୍ଡ ଜ୍ଞାନର ଟ୍ଵିଟର ହ୍ୟାଣ୍ଡେଲ ଦ୍ୱାରା କରାଯାଇଛି। ଟ୍ରେଣ୍ଡ ଜ୍ଞାନ ଏହି ଟ୍ଵିଟରେ ଫ୍ୟାନ୍ସ କମେଣ୍ଟ କରୁଛନ୍ତି ଏବଂ ନିଜ ପ୍ରତିକ୍ରୀୟା ଦେଉଛନ୍ତି। ପାରସ ଛାବ୍ରାଙ୍କ ଏହି ନିଷ୍ପତ୍ତିରେ ଫ୍ୟାନ୍ସଙ୍କୁ ଝଟକା ଲାଗିଛି।


ବିଗବସ୍‌୧୩ ହାସରେ ଏବେ କେବଳ ୫ ପ୍ରତିଯୋଗୀ ଅଛନ୍ତି, ଯେଉଁଥିରେ ଅଛନ୍ତି ସେହନାଜ୍‌ ଗିଲ୍‌, ଆସିମ ରିୟାଜ୍‌, ସିଦ୍ଧାର୍ଥ ଶୁକ୍ଳା, ରଶ୍ମି ଦେଶାଇ ଏବଂ ଆରତି ସିଂହ। ଏବେ ଦେଖିବାକୁ ବାକି ରହିଲା ଏତେ ସପ୍ତାହ ଧରି ବିଗବସ୍‌ ହାଉସରେ ରହିବା ପରେ ଏହି ଟ୍ରଫି କାହା ହାତରେ ଆସୁଛି।