Below header

ଆଜିଠୁ ଆରମ୍ଭ ହେଉଛି ସିବିଏସସି ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା, ଏଥର ୩୧ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା ସିବିଏସସିର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆଜିଠୁ ଆରମ୍ଭ ହେଉଛି । ଚଳିତ ବର୍ଷ ପ୍ରାୟ ୩୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାଯାଇଛି । ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖ ଯାଏଁ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଚାଲିବ । ବୋର୍ଡ ତରଫରୁ ସୂଚନା ଦିଆଯାଇଛି ଯେ ପରୀକ୍ଷାର୍ଥୀ ମାନେ ପରୀକ୍ଷା କେନ୍ଦ୍ରରେ ୧୦ ଟା ପୂର୍ବରୁ ପହଞ୍ଚିବେ । ୧୦ ଟା ଠାରୁ ୧୦.୧୫ ଭିତରେ ଉତ୍ତର ପୁସ୍ତକ ବଣ୍ଟାଯିବାକୁ ଥିବା ବେଳେ ୧୦.୧୫ ଟା ଠାରୁ ୧୦.୩୦ ଭିତରେ ପ୍ରଶ୍ନ ପତ୍ର ବଣ୍ଟନ କରାଯିବ ।

cbse

୧୦.୩୦ ଟା ଠାରୁ ୧.୩୦ ପର୍ଯ୍ୟନ୍ତ ୩ ଘଣ୍ଟା ଧରି ପରୀକ୍ଷା ଚାଲିବ । ଅନ୍ୟ ପକ୍ଷରେ ଚଳିତ ବର୍ଷର ପରୀକ୍ଷା ପ୍ରଣାଳୀରେ ବୋର୍ଡ ତରଫରୁ ଅନେକ ପରିବର୍ତ୍ତନ ଅଣାଯାଇଛି । ଯେଉଁଥିରେ ଦୁଇ ସ୍ଥରୀୟ ଗଣିତ ସମେତ ପ୍ରଶ୍ନ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା କମ କରାଯାଇଛି । ଯେଉଁ ଛାତ୍ର ମାନଙ୍କ ଉପସ୍ଥାନ ୭୫ ପ୍ରତିଶତ ଠାରୁ କମ ଥିବ ସେମାନଙ୍କୁ ପରୀକ୍ଷାରେ ବସିବା ପାଇଁ ଅନୁମତି ମିଳିବ ନାହିଁ । ଏବାବଦରେ ବୋର୍ଡ ତରଫରୁ ପୂର୍ବରୁ ହିଁ ସୂଚନା ଦିଆଯାଇଥିଲା ।

ଆହୁରି ମଧ୍ୟ ପରୀକ୍ଷା ଆରମ୍ଭ ପୂର୍ବରୁ ସିବିଏସସି ଚେୟାରପରସନ ଅନିତା କରବାଲ ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବିଶେଷ ଚିଠି ଲେଖିଥିଲେ । ଏହି ଚିଠିରେ ସେ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ପାଇଁ ଶୁଭକାମନା ଦେଇଥିଲେ । ଏଥିରେ ସେ ପରୀକ୍ଷାର୍ଥୀ ମାନଙ୍କୁ ଜମା ବି ଚାପ ଗ୍ରସ୍ଥ ନ ହେବାକୁ ଉପଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.