Below header

ପୁଣି ଦୀପିକାଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କଲେ ଶାହରୁଖ, ରିଲିଜ ହେଲା ପଠାନର ନୂଆ ଗୀତ

ଫିଲ୍ମ ‘ପଠାନ’ ରିଲିଜ ହେବା ପୂର୍ବରୁ ବିବାଦରେ ଫସିଛି। ହେଲେ ଏହାକୁ ନେଇ ମେକର୍ସ ଜମାରୁ ଚିନ୍ତିତ ନୁହନ୍ତି । ଫିଲ୍ମକୁ ଅଧିକ ଲୋକପ୍ରିୟ କରିବା ପାଇଁ ମେକର୍ସ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଏହା ମଧ୍ୟରେ ରିଲିଜ ହୋଇଛି ଫିଲ୍ମର ଦ୍ୱିତୀୟ ଗୀତ ‘ଝୁମେ ଜୋ ପଠାନ’ । ଆଉ ଗୀତଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି। ଫ୍ୟାନ୍ସ ଏହି ଗୀତକୁ ନେଇ ଉତ୍ସାହିତ ରହିଛନ୍ତି। ତେବେ ଏହି ଗୀତରେ ସଲମାନ ନଜର ଆସିନାହାନ୍ତି। ଏହି ଗୀତରେ ସଲମାନ ନଜର ଆସିପାରନ୍ତି ବୋଲି ପୂର୍ବରୁ ଖବର ମିଳିଥିଲା ।

ତେବେ ସୋସିଆଲ ମିଡିଆରେ ଏହି ଗୀତ ଭାଇରଲ ହେବାରେ ଲାଗିଛି। ଦୀପିକାଙ୍କ ଅନ୍ଦାଜକୁ ପୁଣିଥରେ ଦର୍ଶକେ ମନଭରି ଉପଭୋଗ କରୁଛନ୍ତି । ଗୀତରେ ଶାହରୁଖ ଏବଂ ଦୀପିକାଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଗୀତରେ ପୁଣିଥରେ ଦୀପିକାଙ୍କ ବୋଲ୍ଡ ଲୁକ୍‌ ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Shah Rukh Khan (@iamsrk)

ଏହି ଗୀତକୁ ଅରଜିତ ସିଂ, ସୁକୃତି ଏବଂ କୁମାର ଗାଇଛନ୍ତି। ଗୀତର ମ୍ୟୁଜିକ ଦେଇଛନ୍ତି ବିଶାଲ ଶେଖର । ଗୀତକୁ କୋରିଓଗ୍ରାଫ ବସ୍କୋ ସିଜର କରିଛନ୍ତି। ଫିଲ୍ମଟି ଆସନ୍ତା ଜାନୁଆରୀ ୨୫ରେ ରିଲିଜ ହେବ।

ସୂଚନାଯୋଗ୍ୟ, ଫିଲ୍ମ ‘ପଠାନ’ର ଗୀତ ବେଶରମ ରଙ୍ଗ ଗତ କିଛିଦିନ ତଳେ ରିଲିଜ ହୋଇଥିଲା। ଏହି ଗୀତ ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଫ୍ୟାନ୍ସ ପସନ୍ଦ ଆସିବା ସତ୍ତ୍ୱେ ଗୀତରେ ଗେରୁଆ ବସ୍ତ୍ର ପାଇଁ ବିବାଦରେ ଫସିଥିଲା ।ବାସ୍ତବରେ, ପଠାନ୍ର ବେସରମ୍ ରଙ୍ଗ୍ ଗୀତର ଏକ ସିନ୍ରେ ଦୀପିକା କେସରୀ ରଙ୍ଗର ବିକିନୀ ପିନ୍ଧିଛନ୍ତି, ଯାହାକୁ ହିନ୍ଦୁ ସଙ୍ଗଠନ ବିରୋଧ କରୁଛନ୍ତି। ଫିଲ୍ମକୁ ସୋସିଆଲ ମିଡିଆରେ ବୟକଟ କରିବାକୁ ଟ୍ରେଣ୍ଡ୍‌ ବି ଆରମ୍ଭ ହେଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.