ମନମୋହନ ସିଂହଙ୍କ ପରେ ଏବେ ବଡ଼ ପରଦାରେ ଦେଖାଦେବେ ପିଏମ୍ ନରେନ୍ଦ୍ର ମୋଦି, ସାମ୍ନାକୁ ଆସିଲା ପ୍ରଥମ ଲୁକ୍

ମନମୋହନ ସିଂହଙ୍କ ପରେ ଏବେ ନରେନ୍ଦ୍ର ମୋଦି । ସାମ୍ନାକୁ ଆସିଲା ମୋଦିଙ୍କ ଜୀବନୀ ଉପରେ ଆଧାରିତ ସିନେମା PM Narendra Modi ର ଫାଷ୍ଟ ଲୁକ୍ । ମୋଦିଙ୍କ ଲୁକରେ ଖୁବ୍ ଦମଦାର୍ ଦିଶୁଛନ୍ତି ବିବେକ୍ ଓବରୟ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓମଙ୍ଗ କୁମାର ଏବଂ ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ସନ୍ଦୀପ ସିଂହ । ଫିଲ୍ମଟି ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ରିଲିଜ ହୋଇଯିବାର ଅନୁମାନ କରାଯାଉଛି ।

ଚଳିତ ମାସରେ ଆରମ୍ଭ ହେବାକୁ ଥିବା ଏହି ଫିଲ୍ମର ସୁଟିଂ ଗୁଜୁରାଟ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ହେବ । ଓମଙ୍ଗ ପୂର୍ବରୁ ‘ମେରି କମ୍’, ‘ସରବଜିତ୍’ ଓ ‘ଭୂମି’ ନିର୍ମାଣ କରିସାରିଛନ୍ତି । ତେବେ ବିବେକଙ୍କୁ ପିଏମ୍ ମୋଦିଙ୍କ ଲୁକ୍ ଦେବା ଓମଙ୍ଗଙ୍କ ପାଇଁ ହେଉଛି ଏକ ବଡ଼ ଚ୍ୟାଲେଞ୍ଜ । ଆଉ ଏହି ଚ୍ୟାଲେଞ୍ଜରେ ଓମଙ୍ଗ କୁମାର କେତେ ସଫଳ ହୋଇଛନ୍ତି ତାହା ଏହି ପୋଷ୍ଟର ଦେଖି ଆପଣ ଅନୁମାନ କରିପାରୁଥିବେ ।

ଫିଲ୍ମରେ ମୋଦିଙ୍କ ବିବାହଠୁ ଆରମ୍ଭ କରି ସଂଘ ପ୍ରଚାରକ ସହ ଦେଶର ପ୍ରଧାନମନ୍ତ୍ରୀ ହେବା ପର‌୍ୟ୍ୟନ୍ତ ସମସ୍ତ ଘଟଣାକୁ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ବଜେଟ୍ ହେଉଛି ୨୦୦ କୋଟି ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.