ଭଗବାନ ଶିବ କାହିଁକି ଧରିଥିଲେ ହରିହର ରୂପ, ଜାଣନ୍ତୁ ଏହାର ମହତ୍ତ୍ବ !

ଭଗବାନ ଶିବ ହରିହର ରୂପ ଧାରଣ କରିଥିଲେ। ଶିବଙ୍କର ହରିହର ରୂପର ଖାସ ମହତ୍ତ୍ବ କୁହାଯାଇଛି। ଏହା ସହିତ ଶିବଙ୍କର ଏହି ରୂପ ଧାରଣ କରିବା ପଛରେ ବହୁତ ବଡ ମଜାଦାର କାହାଣୀ ବି ରହିଛି। ହରିହର ଦୁଇଟି ଶବ୍ଦର ମିଳନ । ହରି ଏବଂ ହର ଶବ୍ଦରୁ ସ୍ରୁଷ୍ଟି ହୋଇଛି। ଶିବଙ୍କର ହରିହର ରୂପ ତାଙ୍କର ନିଜର ଏବଂ ବିଷ୍ଣୁଙ୍କର ସ୍ବରୂପକୁ ମିଶାଇ ହୋଇଛି। ଏହିପରି ଭାବରେ ଶିବ ଏବଂ ବିଷ୍ଣୁ ଦୁଇଜଣ ଦୁହିଁଙ୍କର ପୂରକ ଅଟନ୍ତି। ଏହା ଦ୍ୱାରା ଦର୍ଶାଯାଇଛି ଯେ ହରି ଏବଂ ହର ହେଉଛନ୍ତି ଏକ ଓ ଅଭିନ୍ନ । ଅନେକ ସ୍ଥାନରେ ଶିବଙ୍କର ହରିହର ରୂପକୁ ଆରାଧନା ମଧ୍ୟ କରାଯାଏ। କୁହାଯାଏ ଯେ ହରିହର ରୂପଙ୍କର ପୂଜା କରିବା ଦ୍ବାରା ଶିବ ଏବଂ ବିଷ୍ଣୁ ଦେବତା ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କର ଆଶୀର୍ବାଦ ମିଳିଥାଏ।
ଭଗବାନ ଶିବଙ୍କର ହରିହର ରୂପ ବିଷୟରେ ସ୍କନ୍ଦ ପୁରାଣରେ ଉଲ୍ଲେଖ କରାଯାଇଛି। ଏହାକୁ ନେଇ ଏକ କଥା ପ୍ରଚଳିତ ରହିଛି। ଏହି ଅନୁସାରେ ଥରେ ଶିବ ଏବଂ ବିଷ୍ଣୁଙ୍କର ଭକ୍ତ ନିଜ ଭିତରେ ଲଢ଼ିବାକୁ ଲାଗିଲେ। ଏମାନଙ୍କର ଲଢ଼ିବାର କାରଣ ଥିଲା ଶିବ ଏବଂ ବିଷ୍ଣୁଙ୍କର ଶ୍ରେଷ୍ଠତାକୁ ନେଇ। ଏମାନଙ୍କ ମଧ୍ୟରୁ ବଡ଼ କିଏ ? ଶ୍ରେଷ୍ଠ କିଏ ? ଶିବ ଭକ୍ତଙ୍କର ଧାରଣା ଥିଲା ଯେ ଭୋଳାନାଥଙ୍କ ପାଖରେ ଅଧିକ ଶକ୍ତି ରହିଛି ଏବଂ ସେ ହିଁ ବ୍ରହ୍ମାଣ୍ଡର ସର୍ବଶକ୍ତିମାନ। ବିଷ୍ଣୁ ଭକ୍ତ ହରିଙ୍କୁ ହିଁ ସର୍ବଶକ୍ତଶାଳୀ ବୋଲି ମାନୁଛନ୍ତି। ଶିବ ଏବଂ ବିଷ୍ଣୁଙ୍କର ଭକ୍ତଙ୍କ ମଧ୍ୟରେ ଏହି ବିବାଦ ବଢ଼ିବାକୁ ଲାଗିଲା।
କଥା ଅନୁଯାୟୀ, ଶିବ ଏବଂ ବିଷ୍ଣୁଙ୍କର ଭକ୍ତ ଏହି ବିବାଦକୁ ନେଇ ଶଙ୍କରଙ୍କ ପାଖକୁ ଗଲେ। ଶଙ୍କରଙ୍କୁ ଏହି ବିବାଦ ଅଯଥା ଲାଗିଲା। ଭଗବାନ ଶିବ ଭକ୍ତମାନଙ୍କୁ ସତ୍ୟର ଜ୍ଞାନ ଦେବାକୁ ଚାହୁଁଥିଲେ। ଶିବ ଭାବିଲେ ଯେ ଭକ୍ତମାନଙ୍କ ମଧ୍ୟରେ ଦେବତାଗଣଙ୍କୁ ନେଇ ଏମିତି କୌଣସି ବିବାଦ ରହିବା ଉଚିତ ନୁହେଁ। ଏହା ଭାବି ଶିବ ହରିହର ରୂପ ଧାରଣ କଲେ। ଏହି ରୂପରେ ଅଧା ଶିବ ଏବଂ ଅଧା ବିଷ୍ଣୁ ଥିଲେ। ଏହି ରୂପକୁ ଦେଖି ଭକ୍ତମାନେ ଆଶ୍ଚର୍ୟ୍ୟ ହୋଇଗଲେ। ଭକ୍ତମାନେ ବୁଝିପାରିଲେ ଯେ ଶିବ ଏବଂ ବିଷ୍ଣୁ ନିଜର ଶକ୍ତିକୁ ନେଇ କେବେବି ବିବାଦ ହେବ ନାହିଁ। ଦେବତାଗଣ ଜଣେ ଜଣଙ୍କର ପରିପୂରକ ଅଟନ୍ତି।