ସଂଜୟ ଦତ୍ତଙ୍କୁ କିସ୍‌ କରିବାକୁ ଡରୁଥିଲେ ପୂଜା ଭଟ୍ଟ, ମହେଶ ଭଟ୍ଟ ଝିଅକୁ ଦେଲେ ଏମିତି ଉପଦେଶ

ସମସ୍ତେ ଜାଣନ୍ତି ପୂଜା ଭଟ୍ଟ ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଝିଅ । ଫିଲ୍ମ ‘ସଡକ’ ରେ ସଂଜୟ ଦତ୍ତଙ୍କ ସହ ଅଭିନୟ କରୁଥିଲେ ପୂଜା ଭଟ୍ଟ । ଏକ ସିନରେ ସଂଜୟଙ୍କୁ କିସ ଦେବାର ଥିଲା । ହେଲେ ପୂଜା ଏହା କରିବାକୁ ଝାଳ ନାଳ ହୋଇଯାଇଥିଲେ । ଶେଷରେ ପିତା ମହେଶ ଭଟ୍ଟ ଙ୍କ ଠାରୁ ସାହସ ପାଇବା ପରେ ପୂଜା କିସ୍‌ କରିବାକୁ ସମର୍ଥ ହୋଇଥିଲେ ।

 

pooja-sanjaya
p.c : patrika.com

୧୮ ବର୍ଷ ବୟସରେ ପୂଜା ଦେଇଥିଲେ ପ୍ରଥମ ଅନ୍‌ସ୍କ୍ରିନ କିସ୍‌ :

ପୂଜା କୁହନ୍ତି ଫିଲ୍ମ ସଡକରେ ସେ କିସ୍‌ କରିବାକୁ ଡରୁଥିଲେ । ହେଲେ ପିତାଙ୍କ ଠାରୁ ସାହସ ପାଇବା ପରେ ସେ ସଂଜୟଙ୍କୁ କିସ୍‌ ଦେବାକୁ ସମର୍ଥ ହୋଇଥିଲେ । ପୂଜା କୁହନ୍ତି ସେ ସଂଜୟ ଦତ୍ତଙ୍କର ବଡ଼ ଫ୍ୟାନ୍‌ ଥିଲେ । ତାଙ୍କ ସହ ଫିଲ୍ମ କରିବା ତାଙ୍କ ପାଇଁ କମ ବଡ଼ ସଫଳତା ନଥିଲା ।

ତେଣୁ ସେ ଏପରି ମୌକାକୁ କେବେ ବି ହାତଛଡ଼ା କରିବାକୁ ଚାହୁଁନଥିଲେ । ତେଣୁ ସେ ବହୁ କଷ୍ଟରେ କିସିଂ ସିନ୍‌ କରିଥିଲେ । କିସ୍‌କୁ ରିୟଲ (ବାସ୍ତବ) କରିବାକୁ ବାପା ମହେଶ ଭଟ୍ଟ ଉପଦେଶ ଦେଇଥିଲେ ବୋଲି ପୂଜା ଏକ ସାକ୍ଷାତକାରରେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.