ନିଜ ପିଲାଙ୍କୁ କେବେ ଅନ୍ୟ ପିଲାଙ୍କ ସହ କରନ୍ତୁ ନାହିଁ ତୁଳନା, ହେବ ବଡ଼ କ୍ଷତି

ମାତା-ପିତା ସର୍ବଦା ନିଜ ପିଲାଙ୍କୁ ଆଗରେ ଦେଖିବାକୁ ଚାହାଁନ୍ତି । ଯଦି ଆପଣଙ୍କ ପିଲା କେଉଁ ଗୁଣରେ ଟିକିଏ କମ ରହିଛି । କେବେ ବି ଅନ୍ୟ ପିଲାଙ୍କ ସହ ତୁଳନା କରନ୍ତୁ ନାହିଁ । ଏହା ଆପଣଙ୍କ ପିଲାର ବଡ଼ କ୍ଷତି କରିଦେଇଥାଏ । କାରଣ ଏହା ଆପଣଙ୍କ ପିଲା ମନ ଉପରେ ବଡ଼ ମାନସିକ ଚାପ ପକାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ । ଯାହା ଆପଣଙ୍କ ପିଲାଙ୍କ ପାଇଁ ବଡ଼ ଲାଭକାରୀ ହେବ ।

ଅନ୍ୟ ପିଲାଙ୍କ ସହ ତୁଳନା କରନ୍ତୁ ନାହିଁ ବରଂ ପଜେଟିଭ ଆଟିଚୁଡ଼ ଦେଖାନ୍ତୁ :

ମାତା- ପିତା ସର୍ବଦା ନିଜ ପିଲାକୁ ନେଇ ପଜେଟିଭ ଆଟିଚୁଡ ଦେଖାଇବା ଉଚିତ୍‌ । ଏହାଦ୍ୱାରା ପିଲାର ମନରେ ସକରାତ୍ମକ ପ୍ରଭାବ ପଡ଼ିବ ଓ ସେ ଅଧିକ ଉତ୍ସାହିତ ହେବ । ଯଦି ଅନ୍ୟ ପିଲାଙ୍କ ସହ ତା’ର ତୁଳନା କରନ୍ତି ତେବେ ସେ ମାନସିକ ଅବସାଦରେ ଗତି କରିବ । ଆଗକୁ ଯିବା ପରିବର୍ତ୍ତେ ସେ ପଛେଇ ଯିବ । ଅନ୍ୟ ପିଲାଙ୍କ ସହ ଯଦି ଆପଣଙ୍କର ପିଲାଙ୍କୁ ତୁଳନା କରିବେ ତେବେ ଆପଣଙ୍କ ପିଲା ଓ ଆପଣଙ୍କ ମଧ୍ୟରେ ଦୂରତା ବଢ଼ିପାରେ ।

ସର୍ବଦା ଆପଣଙ୍କ ପିଲା ଉପରେ ଭରସା କରନ୍ତୁ :

ସର୍ବଦା ନିଜ ପିଲା ଉପରେ ଭରଷା କରନ୍ତୁ । ଫଳରେ ପିଲାର ଠିକ ବିକାଶ ହେବ । ପିଲାଙ୍କୁ ଭୂଳ ରାସ୍ତାରେ ନ ଯିବାକୁ ଜଗନ୍ତୁ । ପିଲାଙ୍କ ବେଳେ ବେଳେ ପ୍ରଶଂସା କରନ୍ତୁ । ଏହାଦ୍ୱାରା ତା’ର ମାନସିକ ଦୃଢ଼ତା ବଢ଼ିବ ଓ ନିଜ ପ୍ରତି ତା’ର ବିଶ୍ୱାସ ବଢ଼ିବ ।

ପିଲାଙ୍କ ସହ ସଂଜମ ରକ୍ଷା କରନ୍ତୁ :

ପିଲାଙ୍କ ସହ ଭଲ ବ୍ୟବହାର ଦେଖାନ୍ତୁ । ପିଲାଙ୍କ ଭୂଲ ପାଇଁ ହଠାତ ରାଗି ଯାଆନ୍ତୁ ନାହିଁ କିମ୍ବା ଦଣ୍ଡ ଦିଅନ୍ତୁ ନାହିଁ । ଧୈର୍ଯ୍ୟର ସହ ତାଙ୍କ କଥା ଶୁଣନ୍ତୁ । ଫଳରେ ସେ ଆପଣଙ୍କୁ ଅଧିକ ବିଶ୍ୱାସ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.