ମର୍ଣ୍ଣିଂ ଓ୍ଵାକ୍ କରିବାକୁ ଯାଇଥିବା ପ୍ରୀତି ଜିଣ୍ଟା ଗଛରେ ଦେଖିଲେ କିଛି ଏମିତି, ଯାହାର ଭିଡିଓ ଦେଖି ଲୋକେ ହୋଇଗଲେ ବେହୋସ୍‌

ବଲିଉଡ୍ ଆକ୍ଟ୍ରେସ ପ୍ରୀତି ଜିଣ୍ଟା ଏବେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହୁଛନ୍ତି। ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଦେଖୁ ଦେଖୁ ଭାଇରାଲ ହୋଇଯାଉଛି। ସେ ନିକଟରେ ଏକ ଭିଡିଓ ସେୟାର କରିଛନ୍ତି ଯାହା ଲୋକମାନଙ୍କୁ ଖୁବ୍ ପସନ୍ଦ ଆସୁଛି। ପ୍ରୀତି ଜିଣ୍ଟା ମର୍ଣ୍ଣିଂ ଓ୍ଵାକ ଯାଉଥିବା ସମୟରେ ଏହି ଭିଡିଓଟିକୁ ସୁଟିଂ କରିଛନ୍ତି। ଭିଡିଓରେ ଦେଖାଯାଉଛି ଯେ ପ୍ରୀତି ଜିଣ୍ଟା ଘରୁ ବାହାରିବା ସମୟରେ ଦେଖିଲେ ଯେ ତାଙ୍କ ଚାରିପଟେ ଥିବା ଗଛରେ ଭୂତ ଓହଳିଥିବାର ଦେଖିବାକୁ ପାଇଲେ। ପ୍ରୀତି ଜିଣ୍ଟାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହାସହିତ ଲୋକମାନେ ଏହା ଉପରେ କମେଣ୍ଟ ମଧ୍ୟ ଦେଉଛନ୍ତି।

ପ୍ରୀତି ଜିଣ୍ଟାଙ୍କର ଏହି ଭିଡିଓ ଲସ୍ ଆଞ୍ଜେଲସର ଅଟେ। ଏଠାରେ ଶୀଘ୍ର ହାଲୋଓ୍ଵିନ ଫେଷ୍ଟିଭାଲ ଆରମ୍ଭ ହେବାକୁ ଯାଉଛି। ଏହି କାରଣରୁ ଲୋକମାନେ ନିଜ ଘରକୁ ଭୟଙ୍କର ଭାବରେ ସଜାଉଛନ୍ତି। ଏହି ସାଜସଜ୍ଜାକୁ ଯେ କେହିବି ଦେଖିବ ସେ ଡରିମରି ଛାନିଆ ହୋଇଯିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାପୂର୍ବରୁ ପ୍ରୀତି ଜିଣ୍ଟା ଆଉ ଏକ ଭିଡିଓ ସେୟା କରିଥିଲେ ଯାହା ବହୁତ ମଜାଦାର ଥିଲା। ସେହି ଭିଡିଓରେ ଦେଖିବାକୁ ମିଳିଥିଲା ଯେ ଗୋଟେ ଗାଈ ଟ୍ରାଫିକ୍ ରୁଲସ୍‌କୁ ଫଲୋ କରୁଛି। ଏହି ଭିଡିଓକୁ ସେୟାର କରି ସେ ଲେଖିଥିଲେ ସିଖ ଟ୍ରାଫିକ୍ ରୁଲ୍ କେମିତି ଫଲୋ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.