Below header

କାଠଯୋଡ଼ି ନଦୀ ଭିତରକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ ଘଟଣା, ଏପର୍ଯ୍ୟନ୍ତ ମିଳୁନି ଯୁବକଙ୍କ ସନ୍ଧାନ

କଟକ(କେନ୍ୟୁଜ୍):  ସ୍ତ୍ରୀ ଓ ଛୁଆ ଆଗରେ କଟକ କାଠଯୋଡ଼ି ନଦୀ ଭିତରକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ନିଖୋଜ ଯୁବକଙ୍କ ମିଳିନି ସନ୍ଧାନ । ଆଜି ଦ୍ୱିତୀୟ ଦିନରେ ମଧ୍ୟ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। କାଠଯୋଡ଼ିରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ଖୋଜାଖୋଜି ଚଳାଇଛନ୍ତି। କିନ୍ତୁ ଏଯାଏଁ ତାଙ୍କର ପତ୍ତା ମିଳୁ ନାହିଁ। ଗତକାଲି କାଠଯୋଡ଼ି ଭିତରକୁ ଡେଇଁ ପଡ଼ିଥିଲେ ଦେବବ୍ରତ ମହାପାତ୍ର । ତାଙ୍କ ଘର ନିଆଳିର କରଞ୍ଜ ଗାଁରେ । ସେ ଯାଜପୁରର ଡୁବୁରୀରେ ରହୁଥିଲେ । ଗତକାଲି ସେଠାରୁ ସ୍ତ୍ରୀ ଓ ୪ ବର୍ଷର ପୁଅକୁ ବାଇକରେ ଧରି ଗାଁକୁ ଆସୁଥିଲେ । ଘରୋଇ କନ୍ଦଳରୁ ଦେବବ୍ରତ କାଠଯୋଡ଼ି ବ୍ରିଜ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି । ନଦୀର ପ୍ରଖର ସୁଅରେ ଭାସି ଯାଇଛନ୍ତି ଦେବବ୍ରତ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦେବବ୍ରତଙ୍କ ପରେ ତାଙ୍କ ସ୍ତ୍ରୀ ବି କାଠଯୋଡ଼ି ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିଲେ । ସେଠାରେ ଥିବା ଲୋକ ତାଙ୍କୁ ଆତ୍ମହତ୍ୟା ଉଦ୍ୟମରୁ ବିରତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.