ଜଣେ ଯୁବକର ଜୀବନ ବଞ୍ଚାଇବାକୁ ଯାଇ ମୃତ୍ୟୁବରଣ କଲେ ଦଶ ଜଣ

ଗଣେଶଙ୍କ ବିସର୍ଜନ ହେଉ କିମ୍ବା ଦୁର୍ଗାଙ୍କ ବିସର୍ଜନ ସବୁବେଳେ ଭସାଣି ସମୟରେ ଆପଣ ଦୁର୍ଘଟଣାର ଖବର ନିଶ୍ଚୟ ଶୁଣିଥିବେ । ଖୁସିର ମାହୋଲଟି କେତେବେଳେ ଗଭୀର ଦୁଃଖରେ ପରିଣତ ହୋଇଯଯାଏ ତାହା ଜଣା ପଡେନାହିଁ । କିନ୍ତୁ ଏହା ସତ୍ୟ ଯେ ଅଧିକାଂଶ ଦୁର୍ଘଟଣା ଅବହେଳା କିମ୍ବା ଅନ୍ୟମନସ୍କତା କାରଣରୁ ହିଁ ଘଟିଥାଏ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଧୋଲପୁର ଜିଲ୍ଲାରେ । ଯେଉଁଠି ଜଣେ ଅନ୍ୟ ଜଣକୁ ବଞ୍ଚାଇବା ଚକ୍କରରେ ଦଶ ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ଏହି ଅଭାବନୀୟ ଦୁର୍ଘଟଣା ଧୋଲପୁରର ମହନ୍ଦପୁର ଗ୍ରାମରେ ଘଟିଛି । ବିଜୟାଦଶମୀ ଦିନ ମାଙ୍କ ବିସର୍ଜନ କରିବାକୁ ଯାଇଥିବା ସମୟରେ ଘଟିଛି ଏହି ଦୁର୍ଘଟଣା । ଘଟଣା ଘଟିବା ସମୟରେ ପ୍ରଥମେ ଚମ୍ବଲ ନଦୀର ପ୍ରଖର ସ୍ରୋତରେ ଜଣେ ଯୁବକ ଭାସି ଯାଇଥିଲେ । ଯୁବକଟି ଭାସିଯିବା ସମୟରେ ସେଠାରେ ସହ ସହ ଲୋକ ଉପସ୍ଥିତ ଥିଲେ ଓ ସେଥିମଧ୍ୟରୁ କିଛି ଯୁବକ ଭାସିଯାଇଥିବା ଯୁବକକୁ ଖୋଜିବା ପାଇଁ ନଦୀ ମଧ୍ୟକୁ ଡେଇଁ ପଡ଼ିଥିଲେ । ଶେଷରେ ଜଣେ ଅନ୍ୟ ଜଣଙ୍କୁ ବଞ୍ଚାଇବା ଚକ୍କରରେ ଦଶ ଜଣ ନଦୀରେ ବୁଡି ମୃତ୍ୟୁବରଣ କରିଥିଲେ ।

ଏହି ଘଟଣା ପରେ ସମ୍ପୂର୍ଣ୍ଣ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା । ଅନେକ ଲୋକଙ୍କ ଘରେ ଚୁଲି ମଧ୍ୟ ଜଳିନଥିଲା । ସବୁ ଦିଗରୁ ଖାଲି କାନ୍ଦଣା ଓ ଚିତ୍କାର ଶୁଭୁଥିଲା । ଏହି ଦୁର୍ଘଟଣାରେ କିଏ ନିଜ ପୁଅକୁ ହରାଇଛି ତ କିଏ ନିଜ ସ୍ୱାମୀକୁ ଓ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତି ଯୁବକ ଥିଲେ । ପୋଲିସର କହିବା ଅନୁଯାୟୀ ଗଭୀର ନଦୀର ପ୍ରଖର ସ୍ରୋତ କାରଣରୁ ଏପରି ଦୁର୍ଘଟଣା ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.