କଙ୍ଗନାଙ୍କୁ ଫସାଇବାକୁ ଚାଲିଛି ପ୍ରସ୍ତୁତି, ଡ୍ରଗ୍ସ କେସ୍‌କୁ ନେଇ ଯାଞ୍ଚ କରିବ ମୁମ୍ବାଇ ପୋଲିସ

କଙ୍ଗନାଙ୍କ ପାଇଁ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି। ମହାରାଷ୍ଟ୍ର ସରକାର ନିକଟରେ କଙ୍ଗନାଙ୍କ ମଣିକର୍ଣ୍ଣିକା ଅଫିସକୁ ବେଆଇନ ନିର୍ମାଣ ହୋଇଛି ବୋଲି ଭାଙ୍ଗିଥିଲା। ଏହା ପରେ କଙ୍ଗନା ହାଇକୋର୍ଟରେ କେସ କରେ ଏହା ଉପରେ ରହିତାଦେଶ ଆଣିଥିଲେ। ଏବେ କଙ୍ଗନା ରଣାଓ୍ଵତଙ୍କ ବିପକ୍ଷରେ ଯାଞ୍ଚ ହେବ ଡ୍ରଗ୍ସ କେସ୍‌। ମହାରାଷ୍ଟ୍ର ସରକାର ମୁମ୍ବାଇ ପୋଲିସକୁ ଏହି ଦାୟିତ୍ୱ ଦେଇଛନ୍ତି। ମୁମ୍ବାଇ ପୋଲିସକୁ ମହାରାଷ୍ଟ୍ର ସରକାର ଏହି ମାମଲାର ଯାଞ୍ଚ ପାଇଁ ଅଫିସିଆଲ ଚିଠି ମଧ୍ୟ ଦେଇଛି। ଏବେ ମହାରାଷ୍ଟ୍ର ସରକାରଙ୍କ ଚିଠିକୁ ନେଇ ଦ୍ୱନ୍ଦ୍ୱରେ ମୁମ୍ବାଇ ପୋଲିସ। ମୁମ୍ବାଇ ପୋଲିସ ନିଷ୍ପତ୍ତି ନେଇପାରୁନି ଡ୍ରଗ୍ସ ମାମଲାର ଯାଞ୍ଚ SIT କରିବ କି ଆଣ୍ଟି ନାର୍କୋଟିକ୍ସ ସେଲ।

ମହାରାଷ୍ଟ୍ର ଗୃହ ରାଜ୍ୟମନ୍ତ୍ରୀ ଅନିଲ ଦେଶମୁଖ କଙ୍ଗନା ରଣାଓ୍ଵତଙ୍କ ଡ୍ରଗ୍ସ ମାମଲା ବିଷୟରେ ପ୍ରଶ୍ନ କରିଥିଲେ। କଙ୍ଗନାଙ୍କ ପୂର୍ବତନ ପ୍ରେମିକ ଅଧ୍ୟୟନ ସୁମନଙ୍କ ଇଣ୍ଟରଭ୍ୟୁ ଆଧାରରେ ଏହି ମାମଲା ଉଠାଇଛନ୍ତି। ଅଧ୍ୟୟନ ସୁମନ ଏହି ଇଣ୍ଟରଭ୍ୟୁରେ କହିଥିଲେ କି, କଙ୍ଗନା ଡ୍ରଗ୍ସ ନେଉଥିବା ଦାବି କରିଥିଲେ। ଏହାଛଡା କଙ୍ଗନା ଜବରଦସ୍ତ ତାଙ୍କୁ ଡ୍ରଗ୍ସ ନେବାକୁ ମଧ୍ୟ ବାଧ୍ୟ କରୁଥିଲେ।

manali-kangana-1

ମହାରାଷ୍ଟ୍ର ସରକାରଙ୍କ ଏହି ଆକ୍ସନ ଉପରେ କଙ୍ଗନା ମଧ୍ୟ ପ୍ରତିକ୍ରିୟା ଦେଇଥିଲେ। କଙ୍ଗନା ରିଟ୍ଵିଟ୍‌ କରି ଲେଖିଥିଲେ, ପ୍ଲିଜ ମୋ ଡ୍ରଗ ଟେଷ୍ଟ କରନ୍ତୁ, ମୋ କଲ ରେକର୍ଡ ଯାଞ୍ଚ କରନ୍ତୁ। ଯଦି ଆପଣଙ୍କୁ ମୋର କୌଣସି ଡ୍ରଗ୍‌ ପେଡେଲର ସହିତ ଲିଙ୍କ ମିଳିବ ତେବେ ନିଜ ଭୁଲ ମାନିବି ଏବଂ ମୁମ୍ବାଇ ଛାଡିଦେବି। ତେବେ ଦେଖାଯାଉ, କେସ୍‌ କିଏ ଯାଞ୍ଚ କରିବ, ଆଉ ମହାରାଷ୍ଟ୍ର ସରକାର କଙ୍ଗନାଙ୍କୁ ଫସାଇବାକୁ ଆଉ କ’ଣ କ’ଣ ଉପାୟ ଆପରାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.