ଲେବାନନର ବେରୁତ ଉପରେ ବିପଦ ପରେ ବିପଦ, ଏତେବଡ଼ ବିସ୍ଫୋରଣ ପରେ ଏବେ ଭୟଙ୍କର ନିଆଁ

ଲେବାନନର ରାଜଧାନୀ ବେରୁତରେ ଗତ କିଛିଦିନ ତଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବର୍ତ୍ତମାନ ସେଠାରେ ଥିବା ଏକ ବନ୍ଦରରେ ନିଆଁ ଲାଗିଯାଇଛି । ତେବେ ଏହି ନିଆଁ ଲାଗିବାପରେ ଚାରିଆଡେ କଳା ଧୂଆଁ ବ୍ୟାପିଯାଇଥିଲା ଆଉ ଏହି ନିଆଁ ଭୟଙ୍କର ରୂପ ମଧ୍ୟ ନେଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ଏହି ଘଟଣା ପରେ ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକମାନେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।


ସୂଚନା ଅନୁଯାୟୀ ଅଗଷ୍ଟ ମାସ ୪ ତାରିଖରେ ବେରୁତରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୪ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ବିସ୍ଫୋରଣ ଯୋଗୁଁ ସହରର ୩ ଲକ୍ଷ ଲୋକଙ୍କୁ ମଧ୍ୟ ଭୂମିହୀନ ହେବାକୁ ପଡିଥିଲା ଏବଂ ସହରରେ ପ୍ରାୟ ୩ ବିଲିୟନ ଡଲାର କ୍ଷତି ହୋଇଥିଲା । ବିସ୍ଫୋରଣର ଭୟାବହତାକୁ ଏପରି ଆକଳନ କରାଯାଇପାରେ ଯେ ଏହି ବିସ୍ଫୋରଣରେ ପ୍ରାୟ ଅଧା ସହର ଧ୍ୱଂସ ହୋଇଯାଇଥିଲା । ଏହାକୁ ଏକ ଛୋଟ ନ୍ୟୁକ୍ଲିୟର ବ୍ଲାଷ୍ଟ ମଧ୍ୟ କୁହାଯାଇପାରିବ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.