Below header

ନିଜ ନାମରେ ପୁଣି ଏକ ନୂଆ ରେକର୍ଡ କଲେ ପ୍ରିୟଙ୍କା, ବଲିଉଡରେ ସମସ୍ତଙ୍କୁ ପଛରେ ପକାଇଲେ

ପ୍ରିୟଙ୍କା ଚୋପ୍ରା ଦିନକୁ ଦିନ ନୂଆ ରେକର୍ଡ କରିବାରେ ଲାଗିଛନ୍ତି। ନିକଟରେ ତାଙ୍କ ନାମ ଇନଷ୍ଟାଗ୍ରାମର ରିଚଲିଷ୍ଟରେ ସାମିଲ ହୋଇଥିଲା। କିନ୍ତୁ ଏବେ ପୁଣି ଏକ ନୂଆ ରେକର୍ଡ ପ୍ରିୟଙ୍କାଙ୍କ ନାମରେ ରହିଛି।

ହପର ଇନଷ୍ଟାଗ୍ରାମ ରିଚଲିଷ୍ଟ ୨୦୨୧ରେ ପ୍ରିୟଙ୍କାଙ୍କ ନାମ ରହିଥିବା ବେଳେ ସେ ଦ୍ୱିତୀୟ ଏସିଆନ ଆକ୍ଟର ହୋଇଛନ୍ତି। ପ୍ରିୟଙ୍କାଙ୍କ ଇନଷ୍ଟାଗ୍ରାମରେ ୬୫.୩ ମିଲିୟନ ଅର୍ଥାତ୍‌ ୬ କୋଟିରୁ ଅଧିକ ସୋସିଆଲ ମିଡିଆ ୟୁଜର୍ସ ଫଲୋ କରୁଛନ୍ତି। ଏହାସହିତ ହପର ଇନଷ୍ଟାଗ୍ରାମ ରିଚଲିଷ୍ଟ ୨୦୨୧ ଅନୁସାରେ ପ୍ରିୟଙ୍କା ଚୋପ୍ରା ୨୭ ତମ ସ୍ଥାନ ଅଧିକାର କରିଛନ୍ତି।

ସୂଚନାଯୋଗ୍ୟ, ପ୍ରିୟଙ୍କା ବଲିଉଡର ସମସ୍ତ ସେଲିବ୍ରିଟକୁ ଇନଷ୍ଟାଗ୍ରାମରେ ପଛରେ ପକାଇଛନ୍ତି। ଶ୍ରଦ୍ଧା କପୁର ୬୩ ମିଲିୟନ, ଦୀପିକା ପାଦୁକୋନ ୫୭.୫ ମିଲିଅନ, ଆଲିଆ ଭଟ୍ଟ ୫୩.୯ ମିଲିଅନ ଏବଂ ଅକ୍ଷୟ କୁମାର ୫୧ ମିଲିଅନ ଫଲୋୟର୍ସ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.