କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର (କେନ୍ୟୁଜ) : ମୋଦି କ୍ୟାବିନେଟ ସଂପ୍ରସାରଣ ପୂର୍ବରୁ କିଛି ମନ୍ତ୍ରୀ ଇସ୍ତଫା ଦେଇଥିବା ଓ ଅନ୍ୟ କିଛି ମନ୍ତ୍ରୀଙ୍କୁ ଦାୟିତ୍ୱରୁ ହଟାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ। କେନ୍ଦ୍ରରେ ପଶୁସଂପଦ ଓ ଏମଏସଏମଇ ମନ୍ତ୍ରୀ ଥିଲେ ପ୍ରତାପ, ଏହି ପଦରୁ ଇସ୍ତଫା ଦେଇଛନ୍ତି ସେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ବଡ ଧରଣର ଅଦଳବଦଳ ହୋଇଯାଇଛି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଇସ୍ତଫା ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ କେନ୍ଦ୍ର କ୍ୟାବିନେଟରୁ ହଟାଯାଇଥିବା କୁହାଯାଇଛି। କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ମଧ୍ୟ ଇସ୍ତଫା ଦେଇଛନ୍ତି। ସେହିପରି ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀଙ୍କୁ ମଧ୍ୟ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିବା ଜଣାପଡ଼ିଛି। ସଦାନନ୍ଦ ଗୌଡ଼ା, ରତନ ଲାଲ କଟାରିଆ, ସଞ୍ଜୟ ଧୋତ୍‌ରେ ମଧ୍ୟ ଇସ୍ତଫା ଦେଇଥିବା ସୂତ୍ରରୁ ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.