ଅଡୁଆରେ ଗାୟକ ରାହତ ଫତେ ଅଲ୍ଲୀ ଖାନ , ବିଦେଶୀ ମୁଦ୍ରା ଚୋରା କାରବାର କରୁଥିବା ଅଭିଯୋଗରେ ଇଡିର କାରଣ ଦର୍ଶାଅ ନୋଟିସ ଜାରି

ଅଡୁଆରେ ଛନ୍ଦି ହୋଇପଡିଛନ୍ତି ଜଣାଶୁଣା ସୁଫି ଗାୟକ ରାହତ ଫତେ ଅଲ୍ଲୀ ଖାନ। ତାଙ୍କ ନାମରେ ବେନିମୟ ଭାବେ ବିଦେଶୀ ମୁଦ୍ରାର ଚୋରା କାରବାର କରୁଥିବା ଅଭିଯୋଗ ଆସିଛି। ଏବେ ରାହତଙ୍କୁ ମିଳିଛି ଇଡିର ସମନ। ପାଖାପାଖି ୩ ଲକ୍ଷ ୪୦ ହଜାର ଭାରତୀୟ ମୁଲ୍ୟର ଆମେରୀକୀୟ ମୁଦ୍ରା ରାହତଙ୍କ ପାଖରେ ଥିବା ଅଭିଯୋଗ ହୋଇଛି। ସେଥିମଧ୍ୟରୁ ପ୍ରାୟ ୨ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ସେ ଭାରତରେ ହିଁ ବେନିମୟ ଭାବେ କାରବାର କରିଥିବା ସୂଚନା ଦେଇଛି ପୁଲିସ। ଅଭିଯୋଗ ଆସିବା ପରେ ରାହତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ଜବାବ ମାଗିଛି ଇଡି। ତେବେ ଜେରା ସମୟରେ ଇଡିକୁ ଯଦି ସନ୍ତୋଷଜନକ ଉତ୍ତର ନ ମିଳେ ତାହେଲେ ରାହତଙ୍କ ଉପରେ ଜରିମାନ ଲାଗିବା ସହ ଭାରତରେ ତାଙ୍କ ରହଣୀକୁ ନେଇ ମଧ୍ୟ କଟକଣା ଲାଗିବା ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.