Below header

ଆଜି ନକ୍ସଲଙ୍କ ଭାରତ ବନ୍ଦ ଡାକରା , ଗଛ ପକାଇ କନ୍ଧମାଳ କୋଟଗଡ଼ ଦୁର୍ଗାପାଙ୍ଗା-ବୋଣ୍ଟାପିପିଲି ରାସ୍ତା ଅବରୋଧ

ମାଲକାନଗିରି(କେନ୍ୟୁଜ୍) : ଆଜି ନକ୍ସଲଙ୍କ ଭାରତ ବନ୍ଦ ଡାକରା। ବନ୍ଦକୁ ଦୃଷ୍ଟିରେ ରଖି ମାଲକାନଗିରି ପୋଲିସ ସୀମାକୁ ସିଲ୍‌ କରି କମ୍ବିଂ ଅପରେସନକୁ ଜୋରଦାର କରିଛି। ଜିଲ୍ଲାକୁ ଯାଉଥିବା ସମସ୍ତ ବସ୍‌ ଚଳାଚଳ ବନ୍ଦ ରଖାଯାଇଛି। ବିଏସ୍‌ଏଫ୍‌ ପକ୍ଷରୁ ମଧ୍ୟ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖାଯାଇଛି।

maoମାଓବାଦୀମାନେ ଗଛ ପକାଇ କନ୍ଧମାଳ ଜିଲ୍ଲା କୋଟଗଡ଼ ଦୁର୍ଗାପାଙ୍ଗା-ବୋଣ୍ଟାପିପିଲି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଦାରିଙ୍ଗିବାଡି ଓ ବାଲିଗୁଡ଼ା ରାସ୍ତାରେ ଗମନାଗମନ ଠପ୍‌ ହୋଇଯାଇଛି। ରାସ୍ତାରେ ମାଓ ପୋଷ୍ଟର ଓ ବ୍ୟାନର ଲଗାଯାଇଛି। ଗିରଫ ୭ ମିଲସିଆ ମାଓବାଦୀଙ୍କୁ ମୁକ୍ତ କରିବା ସହ କୁନ୍ଦୁଲି ନାବାଳିକାକୁ ନ୍ୟାୟ ଓ ଆଦିବାସୀଙ୍କ ଉପରେ ହେଉଥିବା ନିର‌୍ୟାତନାକୁ ବିରୋଧ କରାଯାଇଛି। ବଂଶଧାରା-ଘୁମୁସର-ନାଗାବଳୀ ମାଓ ଡିଭିଜନ ପକ୍ଷରୁ ଭାରତ ବନ୍ଦକୁ ସଫଳ କରିବାକୁ ଆହ୍ଵାନ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.