Below header

ଫେବୃଆରୀ ୨୧ ତାରିଖରେ ରାମ ମନ୍ଦିର ନିର୍ମାଣ ନେଇ ହେବ ଶିଳାନ୍ୟାସ : ସ୍ୱରୂପାନନ୍ଦ ସରସ୍ୱତୀ

ଉତ୍ତରପ୍ରଦେଶ(କେନ୍ୟୁଜ୍) : ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଜୋର ଧରିବାରେ ଲାଗିଛି। ଫେବୃଆରୀ ୨୧ ତାରିଖରେ ରାମ ମନ୍ଦିର ନିର୍ମାଣ ନେଇ ଶିଳାନ୍ୟାସ ହେବ ବୋଲି କହିଛନ୍ତି ଶଙ୍କରାଚାର‌୍ୟ୍ୟ ସ୍ୱରୂପାନନ୍ଦ ସରସ୍ୱତୀ। ଉତ୍ତରପ୍ରଦେଶର ପ୍ରୟାଗରାଜରେ କୁମ୍ଭ ମେଳା ଅବସରରେ ଅନୁଷ୍ଠିତ ଧର୍ମସଂସଦରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। କୁମ୍ଭ ମେଳା ପରେ ସମସ୍ତ ସାଧୁ ସନ୍ଥ ଅଯୋଧ୍ୟା ଯିବେ ଓ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି ଶଙ୍କରାଚାର‌୍ୟ୍ୟ କହିଛନ୍ତି। ଏଥିରେ କେହି ବାଧା ଉପୁଜାଇଲେ ସାଧୁସନ୍ଥମାନେ ଗୁଳି ଖାଇବାକୁ ମଧ୍ୟ ପ୍ରସ୍ତୁତ ବୋଲି ସେ କହିଛନ୍ତି। ୧୦ ଫେବୃଆରୀ ବସନ୍ତ ପଞ୍ଚମୀ ପରେ ସାଧୁସନ୍ଥମାନେ ପ୍ରୟାଗରାଜରୁ ଅଯୋଧ୍ୟା ଅଭିମୂଖେ ଯାତ୍ରା କରିବେ। ଏହା ସହ ମନ୍ଦିର ନିର୍ମାଣ ନେଇ ମୋଦି ସରକାର ନିର୍ବାଚନ ପୂର୍ବରୁ ବଡ଼ ଚାଲ ଖେଳିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.