Below header

ଭିଡିଓକନ ଦୁର୍ନୀତି ମାମଲାରେ ସଂପୃକ୍ତି ନେଇ ଚନ୍ଦା କୋଚର ବହିଷ୍କୃତ

ଦିଲ୍ଲୀ(କେନ୍ୟୁଜ୍) : ଆଇସିଆଇସିଆଇ ବ୍ୟାଙ୍କ ବୋର୍ଡ ପୂର୍ବତନ ସିଇଓ ଚନ୍ଦା କୋଚରଙ୍କୁ ବହିଷ୍କାର କରିଛି। ଭିଡିଓକନ ଦୁର୍ନୀତି ମାମଲାରେ ତାଙ୍କର ସଂପୃକ୍ତି ନେଇ ବ୍ୟାଙ୍କର ସ୍ୱାଧୀନ ତଦନ୍ତରେ ଧରା ପଡ଼ିବା ପରେ ବୋର୍ଡ ତାଙ୍କୁ ବହିଷ୍କାର କରିଛି। ଭିଡିଓକନକୁ ଋଣ ପ୍ରଦାନ ମାମଲାରେ ଚନ୍ଦାଙ୍କ ସଂପୃକ୍ତି ଆସିବା ପରେ ଗତ ବର୍ଷ ଜୁନ ୬ତାରିଖରେ ବ୍ୟାଙ୍କ ବୋର୍ଡ ଏକ ତଦନ୍ତ କମିସନ ଗଠନ କରିଥିଲା। ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି ବିଏନ ଶ୍ରୀକ୍ରିଷ୍ଣାଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କମିସନ ଗଠନ କରାଯାଇଥିଲା। ଏହି କମିସନ ଗତକାଲି ବୋର୍ଡକୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲା। ରିପୋର୍ଟର ସୁପାରିଶକୁ ନେଇ ଚନ୍ଦା ବ୍ୟାଙ୍କର ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ବୋର୍ଡ ବହିଷ୍କାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.