Below header

୪୧ ରେ ରାଇମା ସେନ୍‌ଙ୍କ ହଟ୍‌ ଅବତାର, ଟପ୍‌ଲେସ୍‌ ଫଟୋରେ ଲଗାଇଲେ ନିଆଁ

ମୁମ୍ବାଇ :  ବଲିଉଡ୍‌ ଅଭିନେତ୍ରୀ ରାଇମା ସେନ୍‌ ତାଙ୍କର ହଟ୍‌ ଓ ବୋଲ୍ଡ ଲୁକ୍‌ କୁ ନେଇ ଏବେ ଚର୍ଚ୍ଚାରେ । ନିକଟରେ ସେ ତାଙ୍କର ଟପ୍‌ଲେସ୍‌ ଫଟୋ ସୁଟ୍‌ କରାଇଛନ୍ତି । ଏହାକୁ ସେ ସୋସିଆଲ୍‌ ମିଡିଆରେ ସେୟାର କରିବା ପରେ ନିଆଁ ଲାଗିଛି ଫ୍ୟାନ୍‌ଙ୍କ ମନରେ । ଫଟୋରେ ରାଇମା ବ୍ଲୁ ଡେନିମ ରଙ୍ଗର ଜିନ୍ସ ପିନ୍ଧିଛନ୍ତି ।

raima
photo credit: free press journal

ଅଭିନେତ୍ରୀ ତାଙ୍କ ଶରୀରର ଆଗ ଭାଗକୁ ଏକ କପଡାରେ ଢ଼ାଙ୍କି ରଖିଛନ୍ତି ଏବଂ ପଛ ଭାଗ ସମ୍ପୂର୍ଣ୍ଣ ଖୋଲା ରହିଛି । ସାମାନ୍ୟ ମେକ୍‌ଅପ୍‌ ସାଙ୍ଗକୁ ନିଜର ବାଳ ଖୋଲା ରଖିଥିବାର ଦେଖାଯାଇଛନ୍ତି । ରାଇମା ଏହି ଲୁକ୍‌ରେ ବହୁତ ବୋଲ୍ଡ ଓ ହଟ୍‌ ନଜର ଆସୁଛନ୍ତି । ତାଙ୍କର ଏହି ଅବତାର ପ୍ରଶଂକଙ୍କ ସ୍ପନ୍ଦନ ବଢ଼ାଇ ଦେଇଛି । ଖାଲି ସେତିକି ନୁହେଁ ସୋସିଆଲ୍‌ ମିଡିଆରେ ନିଆଁ ଲଗାଇ ଦେଇଛି ।

ପ୍ରକାଶଯୋଗ୍ୟ ଯେ ରାଇମା ଚୋଖେର ବାଲି, ଫଣ୍ଟୁସ୍‌, ପରିଣୀତା, ଦସ୍‌, ମନୋରମା ସିକ୍ସ ଫିଟ୍‌ ଅଣ୍ଡର ଏବଂ ତିନ୍‌ ପତି ସହ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ଫିଲ୍ମ ବ୍ୟତୀତ ରାଇମା େଓ୍ଵବ୍‌ ସିରିଜ୍‌ ପରଛାଇ, ଲଭ୍‌ ବାଇଟ୍ସ, ବ୍ଲାକ୍‌ ଭିଡୋଜ୍‌, ଫର୍‌ବିଡେନ୍‌ ଲଭ ରେ ମଧ୍ୟ ଦେଖାଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.