Below header

ଢେଙ୍କାନାଳ: ପ୍ରେମ ବିବାହର କରୁଣ ପରିଣତି ,ପିଶାଚ ସ୍ବାମୀର କାଠ ଫାଳିଆରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ

କାମାକ୍ଷାନଗର(କେନ୍ୟୁଜ୍): ପ୍ରେମ ବିବାହର କରୁଣ ପରିଣତି । ପିଶାଚ ସ୍ବାମୀ କାଠ ଫାଳିଆରେ ସ୍ତ୍ରୀର ମୃତ୍ୟୁ । ଏଭଳି ଅଭାବନୀୟ ଲୋମଟଙ୍କୁରା ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ବାଙ୍ଗୁରା ଗାଁରେ ।ପାରିବାରିକ କଳହକୁ କେନ୍ଦ୍ର କରି ଗାଁର ବିକ୍ରମ ନାଏକ ନିଜ ସ୍ତ୍ରୀ ବର୍ଷା ନାଏକକୁ ଏକ ଦୋଳି ପଟାରେ ବାଡେଇ ହତ୍ୟା କରିଛି । ସୂଚନା ମୁତାବକ ଆଜି ଅପରାହ୍ନ ପ୍ରାୟ ୨ ଟା ସମୟରେ ସ୍ବାମୀ ବିକ୍ରମ ନାଏକ ମଦ୍ୟପାନ କରି ସ୍ତ୍ରୀ ବର୍ଷାକୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ପ୍ରଥମେ ମାଡ଼ ମାରିଥିଲା ।

angul murder 1

ପରେ ଉତକ୍ଷିପ୍ତ ହୋଇ ଘରେ ଥିବା ଦୋଳି ପଟାରେ ମୁଣ୍ଡକୁ ପିଟିବା ସହ ବେକକୁ ପଟାର ଅଗ୍ର ଭାଗରେ ଭୂସି ଦେଇଥିଲା । ଘଟଣା ସ୍ଥଳରେ ହିଁ ବର୍ଷାଙ୍କର ପ୍ରାଣବାୟୂ ଉଡିଯାଇଥିଲା। ତେବେ ବର୍ଷା ୬ ମାସର ଗର୍ଭବତୀ ଥିବା ଜଣାପଡିଛି । ବିକ୍ରମ ଆଜକୁ ବର୍ଷେ ତଳେ ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ପ୍ରେମ ବିବାହ କରିଥିଲା ।  ଆଜିର ଏହି ଘଟଣାରେ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି । ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.