Below header

ଖୋର୍ଦ୍ଧା:ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟଶ’କୁ ଲକ୍ଷ ରଖି ଭାରତୀୟ ନୌସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି   

ବାଲୁଗାଁ(କେନ୍ୟୁଜ୍): ଆଜି ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ସ୍ଥିତ ଭାରତୀୟ ନୌସେନା ପୂର୍ବାଞ୍ଚଳ ନାଭାଲ୍ କମାଣ୍ଡରୁ ୮ଗୋଟି ଆପତ୍ତିକାଳୀନ ଉଦ୍ଧାରକାରୀ ଦଳ ଓଡିଶା ଓ ପଶ୍ଚିମବଙ୍ଗ ଆସିଛନ୍ତି। ବାତ୍ୟା  ସମୟ ଓ ବାତ୍ୟା ପରର  ଉଦ୍ଧାର କାର୍ଯ୍ୟ ପାଇଁ ଆପତ୍ତିକାଳୀନ ପରିସ୍ଥିତିରେ ଯେଉଁ ସବୁ ସାମଗ୍ରୀ ଆବଶ୍ୟକ ଯଥା ରବର ବୋଟ, କଟର ମେସିନ, ଅକ୍ସିଜେନ ସିଲିଣ୍ଡର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନେଇ  ଓଡିଶା ଓ ପଶ୍ଚିମବଙ୍ଗ ଅଭିମୁଖେ ବାହାରିଛନ୍ତି ନୌସେନାର ସୈନିକ ମାନେ । ସେମାନେ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସେମାନଙ୍କର କାର୍ଯ୍ୟ କରିବେ ।naval2

ଏହା ସହିତ ୨ଗୋଟି ବିମାନ ମଧ୍ୟ ପ୍ରସ୍ତୁତ ଅଛି । ଗୋଟିଏ ବିମାନ ବିଶାଖାପାଟଣା ସ୍ଥିତ ଆଏନଏସ ଢେଗାରେ ଓ ଅନ୍ୟଟି ଚେନ୍ନାଇ ନିକଟସ୍ଥ  ଆଏନଏସ ରୋଜାଲିରୁ ଆସିଛି।  ସେହିପରି ୪ଗୋଟି ନୌସେନା ଜାହାଜ,  ମେଡିକାଲ ଟିମ୍ ଓ ଅନ୍ୟ ବିଭାଗକୁ ମଧ୍ୟ  ପୂର୍ବ ପ୍ରସ୍ତୁତି କରି ରଖାଯାଇଛି । ଅତି ଆବଶ୍ୟକ ପରିସ୍ଥିରେ ସମସ୍ତଙ୍କୁ ଉଦ୍ଧାର କାର୍ଯ୍ୟରେ  ଲଗାଯିବ ବୋଲି  ପୂର୍ବାଞ୍ଚଳ ନାଭାଲ୍ କମାଣ୍ଡ ତରଫରୁ ସୂଚନା ମିଳିଛି ।

naval 4

ଏହା ସହିତ ଖୋର୍ଦ୍ଧା ଜିଲ୍ଲା ବଡ଼କୁଳ ନିକଟରେ ଥିବା ଆଏନଏସ ଚିଲିକା ମଧ୍ୟ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ବ୍ରହ୍ମପୁର ଠାରୁ ଆରମ୍ଭ କରି ସମୁଦ୍ର କୂଳ ଓ ଚିଲିକା ହ୍ରଦ ମଧ୍ୟ୍ୟରେ କୌଣସି ବି ଅସୁବିଧା ହେଲେ, ସେମାନଙ୍କୁ ଉଦ୍ଧାର ସହ ସମସ୍ତ ଆପତ୍ତିକାଳୀନ ପରିସ୍ଥିତିରେ  ସହଯୋଗ କରାଯିବା ପାଇଁ ପ୍ରସ୍ତୁତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.