Below header

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରାଜକୁମାର ରାଓ, ଏହି ଦିନ ଧରିବେ ଗାର୍ଲଫ୍ରେଣ୍ଡ୍‌ ପତ୍ରଲେଖାଙ୍କ ହାତ

ହାତକୁ ଦି ହାତ ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ରାଜକୁମାର ରାଓ। ଖୁବ୍‌ଶୀଘ୍ର ସେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କରିବେ। ରାଜକୁମାର ନିଜ ଦୀର୍ଘଦିନର ଗାର୍ଲଫ୍ରେଣ୍ଡ୍‌ ପତ୍ରଲେଖାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ରିପୋର୍ଟ ମୁତାବକ, ଉଭୟଙ୍କ ବିବାହର ସମସ୍ତ କାର୍ଯ୍ୟକ୍ରମ ଚୁପ୍‌ଚାପ୍‌ ଆରମ୍ଭ ହୋଇସାରିଲାଣି। ଉଭୟେ ଏହି ନଭେମ୍ବରରେ ହିଁ ବିବାହ କରିବେ।

ରାଜକୁମାର ଓ ପତ୍ରଲେଖା ନଭେମ୍ବର ୧୦, ୧୧, ୧୨ ମଧ୍ୟରେ ବିବାହ କରିବେ। ଏଥିପାଇଁ ଉଭୟେ ନିମନ୍ତ୍ରଣ କାର୍ଡ ବି ବାଣ୍ଟିବା ଆରମ୍ଭ କରିସାରିଲେଣି। ସେମାନେ ବେଶ୍‌ ନିରାଡ଼ମ୍ବର ଭାବେ ବିବାହ କରିବେ। ଏଣୁ କେବଳ ଅତି ନିକଟତମ ବନ୍ଧୁବାନ୍ଧବଙ୍କୁ ହିଁ ବିବାହକୁ ନିମନ୍ତ୍ରଣ କରୁଛନ୍ତି। ତେବେ ଏହି ବିବାହରେ ଫିଲ୍ମ ଜଗତରୁ କାହାକୁ ନିମନ୍ତ୍ରଣ କରାଯାଇଛି ସେ ନେଇ ଏବେ ଯାଏଁ ଜଣାପଡ଼ିନାହିଁ।

 

View this post on Instagram

 

A post shared by 🌸 Patralekhaa 🌸 (@patralekhaa)

ତେବେ ୨୦୧୮ ମସିହାରେ ପତ୍ରଲେଖାଙ୍କୁ ତାଙ୍କ ବିବାହ ବିଷୟରେ ପ୍ରଶ୍ନ କରାଯିବା ବେଳେ ସେ କହିଥିଲେ ଯେ ‘ବିବାହ ପୂର୍ବରୁ ରାଜକୁମାର ଓ ତାଙ୍କୁ ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିବ। ୬-୭ ବର୍ଷ ଭିତରେ ଉଭୟଙ୍କର ବାହାଘର ପାଇଁ କୌଣସି ଯୋଜନା ନାହିଁ’। କିନ୍ତୁ ଏବେ ଲାଗୁଛି ଯେମିତି ଉଭୟେ ବାହା ହେବାକୁ ମନ କରିସାରିଛନ୍ତି। ରିପୋର୍ଟ ମୁତାବକ, ନଭେମ୍ବର ୧୦ କିମ୍ବା ୧୧ କିମ୍ବା ୧୨ ତାରିଖରେ ଏହି ଯୋଡ଼ି ବିବାହ କରିବେ।

ସୂଚନାଯୋଗ୍ୟ ଯେ ରାଜକୁମାର ଓ ପତ୍ରଲେଖା ପାଖାପାଖି ୧୦ ବର୍ଷ ହେଲା ପରସ୍ପରକୁ ଡେଟ୍‌ କରୁଛନ୍ତି। ଉଭୟେ ଦୀର୍ଘ ଦିନ ଧରି ଲିଭ୍‌ଇନ୍‌ ରିଲେସନ୍‌ସିପ୍‌ରେ ମଧ୍ୟ ରହିଛନ୍ତି। ପତ୍ରଲେଖା ସ୍ନେହରେ ରାଜକୁମାରଙ୍କୁ ରାଜ୍‌ ବୋଲି ଡାକିଥାନ୍ତି। ତେବେ ବିବାହ ବିଷୟରେ ରାଜକୁମାର କିମ୍ବା ପତ୍ରଲେଖା କେହି ଏବେ ଯାଏଁ ମୁହଁ ଖୋଲିନାହାନ୍ତି।

 

View this post on Instagram

 

A post shared by 🌸 Patralekhaa 🌸 (@patralekhaa)

ଅନ୍ୟପଟେ ଏକ ଇଣ୍ଟରଭ୍ୟୁରେ ପତ୍ରଲେଖା କହିଥିଲେ, ମୁଁ ପ୍ରଥମ ଥର ପାଇଁ ରାଜକୁମାରଙ୍କୁ ଅନ୍‌ସ୍କ୍ରିନ୍‌ରେ ଲଭ୍‌, ସେକ୍ସ ଆଣ୍ଡ୍‌ ଧୋକାରେ ଦେଖିଥିଲି। ମୁଁ ଭାବିଥିଲି ଫିଲ୍ମରେ ସେ ଯେମିତି ଅଭିନୟ କରିଛନ୍ତି ପ୍ରକୃତରେ ସେ କ’ଣ ସେମିତି? କିନ୍ତୁ ଦେଖାହେବା ପରେ ଜାଣିଲି ଯେ ସେ ସମ୍ପୂର୍ଣ୍ଣ ଅଲଗା। ରାଜ୍‌ଙ୍କ ପର୍ସନାଲିଟି ମୋତେ ଖୁବ୍‌ ଭଲ ଲାଗିଥିଲା ବୋଲି ପତ୍ରଲେଖା କହିଥିଲେ।

 

View this post on Instagram

 

A post shared by RajKummar Rao (@rajkummar_rao)

ପ୍ରକାଶ ଯେ ନିକଟରେ ରାଜ କୁମାରଙ୍କ ଫିଲ୍ମ ‘ହମ୍‌ ଦୋ ହମାରେ ଦୋ’ ରିଲିଜ୍‌ ହୋଇଛି। ଫିଲ୍ମରେ ରାଜ କୁମାରଙ୍କ ବିପକ୍ଷରେ ନାୟିକା ଅଛନ୍ତି କୃତି ସେନନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.